ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଲୋଡ଼ିଲେ ସରକାର

December 30, 2019, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ,  ଲୋକଙ୍କ ମତାମତ ଲୋଡ଼ିଲେ ସରକାର
Anupambharat News Bureau
December 30, 2019

ଭୁବନେଶ୍ୱର,୩୦ ।୧୨(ଅନୁପମ ମିଡିଆ): ଐତିହ୍ୟ କରିଡ଼ର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରେକର୍ଡ଼ କରାଯିବା ସହ ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ସ୍ୱତ୍ତ ପ୍ରବୃତ ଭାବେ ଜମି ଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ ସମ୍ପୃକ୍ତ କରିଡ଼ରର ଫଳକରେ ସବୁଦିନ ପାଇଁ ସ୍ଥାନୀତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୋମବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ଚିଠା ଆର୍କିଟେଚରାଲ ପ୍ଲାନ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଚିଠା ପ୍ଲାନ ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇ ମେଲ ଜରିଆରେ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀ ମନ୍ଦିରର ପ୍ରଶାସନକୁ ପଠାଇବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଓଡ଼ିଶାବାସୀଙ୍କର ଏହି ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ଆର୍କିଟେଚୁରାଲ ପ୍ଲାନ ଫେବୃୟାରୀ ମାସରେ ପ୍ରକାଶିତ ହେବ । ସେ କହିଛନ୍ତି ଯେ, ଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଯେଉଁ ଜମି ଦେଇଛନ୍ତି ସେମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ଆଜି ଲୋକାର୍ପିତ ହୋଇଥିିବା ଆର୍କିଟେକଚରାଲ ପ୍ଲାନରେ କେବଳ କରିଡ଼ରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ
ସୀମିତ ରହିଛି । ଶ୍ରୀମନ୍ଦିରର ସୁରକ୍ଷା ଏବଂ କର୍ତବ୍ୟ ସମ୍ବନ୍ଧୀୟ ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତିଧାରୀ ମାନଙ୍କୁ ଅର୍ପଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କର ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଆସୁଥିବା ତୀର୍ଥ ଯାତ୍ରୀ ମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ଏବଂ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ଏବଂ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା କରିବା, ଯାତ୍ରୀ ମାନଙ୍କର ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା କରିବା ଓ ଉପଯୁକ୍ତ ଆଲୋକ, ସିସି ଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟ ବିକାଶ କରିବା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ମହାପ୍ରଭୁଙ୍କର ବିଭିନ୍ନ ବେଶ, ଦଶବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନ୍ୟାନ୍ୟ ବୈଭବ ସମ୍ପର୍କରେ ଯାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ସ୍ଥିର ହୋଇଛି । ମୁକ୍ତାକାଶ ମଂଚରେ ଓଡ଼ିଶାର କଳା ଓ ସଂସ୍କୃତିର
ପ୍ରଦର୍ଶନ କରାଯିବ । ମତାମତ ପଠାଇବା ପାଇଁ ଇ-ମେଲ - ଜଗନ୍ନାଥଡଟ୍‌ ଓଆର ଆଟଦିରେଟ୍‌ ଏନଆଇସିଡଟ୍‌ଇନ, ଲ୍ୟାଣ୍ଡ ଲାଇନ ଫୋନ - ୦୬୭୫୨-୨୫୨୯୦୦, ଫ୍ୟାକ୍ସ - ୦୬୭୩୨-୨୫୨୧୦୦ ରଖାଯାଇଛି । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ମନ୍ତ୍ରୀ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆହୁରି ଥରାଇବ ଶୀତ

ଆହୁରି ଥରାଇବ ଶୀତ

Read More...

ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ

ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page