ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ

January 02, 2020, ଓଡ଼ିଶା, , Anupambharat News Bureau


ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ
Anupambharat News Bureau
January 02, 2020

ଅନୁଗୁଳ, ୨ା୧ (ଅନୁପମ ମିଡିଆ): ରାଜ୍ୟ ସରକାରଙ୍କ ବିଦୁ୍ୟତ୍‌ ବଣ୍ଟନକାରୀ ସଂସ୍ଥା ‘ସେସୁ’କୁ ଟାଟା ପାୱାର ହାତରେ ବିକ୍ରି କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକୀୟ ବିଦୁ୍ୟତ୍‌ ସେବା କ୍ଷେତ୍ରକୁ ପ୍ରତ୍ୟକ୍ଷଭାବେ ସରକାର ପରିଚାଳନା କରିବା ଏବଂ ସେସୁରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ, ଠିକା ଶ୍ରମିକ ଓ ଫ୍ରାଞ୍ଚାଇଜ୍‌ ଅଧିନରେ କାର୍ଯ୍ୟରତ ମେଣ୍ଟେନାନ୍ସ ଶ୍ରମିକ, ମିଟର ରିଡର୍‌, ବିଲ୍‌ ସଂଗ୍ରହକାରୀ ଆଦିକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ୍‌ ସେଣ୍ଟର (ଏ.ଆଇ.ୟୁ.ଟି.ୟୁ.ସି) ସହବନ୍ଧିତ ବାବା ଚମ୍ପେଶ୍ୱର ବିଦୁ୍ୟତ୍‌ କର୍ମଚାରୀ ସଂଘ ଆହ୍ୱାନରେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଦୁ୍ୟତ୍‌ କର୍ମଚାରୀଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ପୂର୍ବରୁ ଅନୁଗୁଳ ଷ୍ଟାଡିୟମ୍‌ ପଡିଆଠାରୁ ଶତାଧିକ ଶ୍ରମିକ କର୍ମଚାରୀ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ସଂଘର ସଭାପତି ତଥା ଏ.ଆଇ.ୟୁ.ଟି.ୟୁ.ସି ରାଜ୍ୟ ସମ୍ପାଦକ ଜୟସେନ ମେହେରଙ୍କ ସଭାପତିତ୍ୱରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳ, ସାଧାରଣ ସମ୍ପାଦକ ଦୀପକ କୁମାର ସିଂ, ସରୋଜ ଦେହୁରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କ ଘରୋଇକରଣ ନୀତିର ଦୃଢ଼ ସମାଲୋଚନା କରିଥିଲେ । । ବିଶେଷକରି ୧୯୯୬ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଓଡିଶା ରାଜ୍ୟ ବିଦୁ୍ୟତ୍‌ ବୋର୍ଡକୁ ଭାଙ୍ଗି ଚାରିଟି ବିଦୁ୍ୟତ୍‌ ବିତରଣ କମ୍ପାନୀ ଗଠନ କରିବା ପରେ ବିଦୁ୍ୟତ୍‌ ଯୋଗାଣ ଓ ବିଦୁ୍ୟତ୍‌ ବଣ୍ଟନ ଦାୟିତ୍ୱ ଦିଆଯାଇଥିବା ଏ.ଇ.ଏସ୍‌ ଭଳି ଘରୋଇ କମ୍ପାନୀ ବିଦୁ୍ୟତ୍‌ ଉପଭୋକ୍ତା ଓ ଶ୍ରମିକ କର୍ମଚାରୀଙ୍କ ଟଙ୍କାକୁ ହଡପ କରି ପଳାୟନ କରିଥିବାବେଳେ ବିଦୁ୍ୟତ୍‌ ସେବା କ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇନାହିଁ । ରାଜ୍ୟ ସରକାରଙ୍କର ଶକ୍ତି ବିଭାଗ ଓ ସେସୁ ସର୍ବୋଚ୍ଚ ଅଧିକାରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ଦାୟିତ୍ୱହୀନତା ସେସୁକୁ କ୍ଷତି ପହଞ୍ଚାଇଛି । ସମ୍ପୃକ୍ତ ସର୍ବୋଚ୍ଚ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେସୁକୁ ଟାଟା ପାୱାର ହାତରେ ଟେକିଦେବା ରାଜ୍ୟ ସରକାରଙ୍କର ଚରମ ଅପାରଗତା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବବର୍ଷର ପ୍ରଥମ ଦିନରେ  ଜନ୍ମ ନେଲେ ୩,୮୬, ୦୦୦ ଛୁଆ

ନବବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ ୩,୮୬, ୦୦୦ ଛୁଆ

Read More...

ଆହୁରି ଥରାଇବ ଶୀତ

ଆହୁରି ଥରାଇବ ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page