ଆହୁରି ଥରାଇବ ଶୀତ

December 30, 2019, ଓଡ଼ିଶା, , Anupambharat News Bureau


ଆହୁରି ଥରାଇବ ଶୀତ
Anupambharat News Bureau
December 30, 2019

ଭୁବନେଶ୍ୱର,୩୦ ।୧୨(ଅନୁପମ ମିଡିଆ): ସାରା ରାଜ୍ୟରେ ଶୀତର ଲହରୀ ଜାରୀ ରହିଛି । ମଙ୍ଗଳବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିବ । ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନା ଥିବାରୁ ସୋମବାର ଏସଆରସି ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଅନୁଗୁଳ, ବଲାଙ୍ଗୀର , କଳାହାଣ୍ଡି ଓ ସୋନପୁର । ଅନ୍ୟପକ୍ଷରେ ଆସନ୍ତା ୧ ତାରିଖ ଠାରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଚଳିତ ଥର ନୂଆବର୍ଷକୁ ବର୍ଷା ଭିଜାଇବ । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେସନ୍‌ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ ଶୀତର ପ୍ରକୋପ ରହିଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ମଙ୍ଗଳବାର ଓଡିଶାରେ ପାଗ ମୁଖ୍ୟତଃ ଖୁଖିଲା ରହିଲେ ମଧ୍ୟ ଶୀତ ଜାରୀ ରହିବ । ତେବେ ବୁଧବାର ଅର୍ଥାତ୍‌ ନୂଆବର୍ଷ ଦିନ ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଓ କେନ୍ଦୁଝର ଜିଲ୍ଲାର କିଛି ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ସେହିପରି ୨ ତାରିଖ ବେଳକୁ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ।
ଏଥିନେଇ ସୁନ୍ଦରଗଡ , ଦେବଗଡ , ଅନୁଗୁଳ , ସୋନପୁର,ବୌଦ୍ଧ , କେନ୍ଦୁଝର, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୩ ତାରିଖ ବେଳକୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ , ନୟାଗଡ , କନ୍ଧମାଳ ଓ ଗଜପତି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ

ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ

Read More...

ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ,  ଲୋକଙ୍କ ମତାମତ ଲୋଡ଼ିଲେ ସରକାର

ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଲୋଡ଼ିଲେ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page