ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

January 03, 2020, ଓଡ଼ିଶା, , Anupambharat News Bureau


ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
Anupambharat News Bureau
January 03, 2020

ଧରାକୋଟ/ବ୍ରହ୍ମପୁର,୩ା୧(ଅନୁପମ ମିଡ଼ିଆ): ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ବଡ଼ଗଡ଼ ଥାନା ଅଧିନସ୍ଥ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟ ଭରତ ବେହେରା (୬୭)ଙ୍କୁ ଶୁକ୍ରବାର ସକାଳ ୬ଘଣ୍ଟ ସମୟରେ ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତାରେ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ବିବରଣୀ ଅନୁଯାୟୀ ଖାରିପଲ୍ଲୀ ଗ୍ରାମରେ ଗତ କିଛିଦିନ ଧରି ୬ଗୋଟି ଧାନ ଗଦା ଏବଂ ପାୱାରଟିଲର୍‌ରେ କେହି ଦୁର୍ବୃତ୍ତ ନିଆଁ ଲଗାଇବା କାରଣକୁ ନେଇ ବିବାଦର ସୂତ୍ରପାତ ଘଟିଥିଲା । ଏନେଇ ଭରତ ବେହରା ସମେତ ପାଞ୍ଚ ଜଣ ବ୍ୟକ୍ତି ଗ୍ରାମ୍ୟ କମିଟିରେ ଆଲୋଚନା କରି ଗ୍ରାମର ୩ ଜଣ ବ୍ୟକ୍ତିଙ୍କୁ ଦୋଷୀ କରି ଜରିମାନା ଆଦାୟ କରାଯାଇଥିଲା । ତେବେ ଉକ୍ତ ଘଟଣାକୁ ନେଇ ଦୋଷୀ ବ୍ୟକ୍ତିଙ୍କ ସହ ଗ୍ରାମ୍ୟ କମିଟି ସଭ୍ୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଆଜି ସକାଳୁ ଭରତ ସବୁ ଦିନ ଭଳି ମୁଡ଼ି ବିକିବା ପାଇଁ ମାଣିକ୍ୟପୁର ଆଡ଼କୁ ଯାଉଥିଲେ । ତେବେ ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଫେରାର ହୋଇ ଯାଇଛନ୍ତି । ଖବର ପାଇ ଆସିକା ଏସ୍‌ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ବଡ଼ଗଡ଼ ଥାନାଅଧିକାରୀ ପ୍ରତାପଚନ୍ଦ୍ର ତି୍ରପାଠୀ ଘଟଣାସ୍ଥଳରେ ଅନୁସନ୍ଧାନ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ
ଅନୁସନ୍ଧାନ ଜାରି ରଖିଛନ୍ତି । ଅନ୍ୟପକ୍ଷେ ଗତକାଲି ବଡ଼ଗଡ଼ ଥାନା ମେରିକୋଟ ଗ୍ରାମର ପ୍ରେମାନନ୍ଦ ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଥିଲା । ଏହି ଘଟଣାରେ ପୋଲିସକୁ ସଫଳତା ମିଳିନଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଦଳି ପାରନ୍ତି ପୋଲିସ କମିଶନର!

ବଦଳି ପାରନ୍ତି ପୋଲିସ କମିଶନର!

Read More...

ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page