ବଦଳି ପାରନ୍ତି ପୋଲିସ କମିଶନର!

January 04, 2020, ଓଡ଼ିଶା, , Anupambharat News Bureau


ବଦଳି ପାରନ୍ତି ପୋଲିସ କମିଶନର!
Anupambharat News Bureau
January 04, 2020

କଟକ, ୪ା୧ (ଅନୁପମ ମିଡିଆ): ଭୁବନେଶ୍ୱର-କଟକ କମିଶନରେଟ୍‌ର ପୋଲିସ କମିଶନର୍‌ ଡ. ସୁଧାଂଶୁ ଷଡଙ୍ଗୀଙ୍କ ମୁଣ୍ଡ ଉପରେ ଝୁଲିଲାଣି ଡେମୋକ୍ଲିସ୍‌ ଖଣ୍ଡା । ଯେ କୈାଣସି ସମୟରେ ତାଙ୍କର ବଦଳି ହେବାର ସମ୍ଭାବନାକୁ ଅସ୍ୱୀକାର କରାଯାଇନପାରେ । ଗତ ୨ ତାରିଖରେ କମିଶନରେଟ୍‌ର ପ୍ରତିଷ୍ଠା ଉସିବରେ ସେ ଯେମିତି ଅପ୍ରାସଙ୍ଗିକ ପ୍ରସଙ୍ଗ ଉତ୍‌ଥାପନ କରି ବିବାଦକୁ ନିମନ୍ତ୍ରଣ କରିଛନ୍ତି ଏବଂ ବିଜେଡି ମୁଖପାତ୍ର ଆଡଭୋକେଟ୍‌ ଲେନିନ୍‌ ମହାନ୍ତି ଯେମିିତି ତାଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ସେଥିରୁ ଯେକୈାଣସି ସମୟରେ ରାଜ୍ୟ ସରକାର ତାଙ୍କୁ ପୋଲିସ କମିଶନର୍‌ ପଦରୁ ହଟାଇ ଦେବାର ଅନୁମାନ କରାଯାଉଛି । ଅପରପକ୍ଷରେ ୧୯୯୦ ବ୍ୟାଚ୍‌ର ଏହି ଓଡିଆ ଆଇପିଏସ୍‌ ଅଫିସର୍‌ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କର ବେଶ୍‌ ଅନୁଗତ ହୋଇଥିବା କାରଣରୁ ଶ୍ରୀ ଶର୍ମା ଡିଜିପି ଦାୟିତ୍ୱ ରେ ରହିବା ପରେ ସତ୍ୟଜିତ୍‌ ମହାନ୍ତିଙ୍କୁ ତରବରିଆ ଭାବେ ହଟାଇ ଶ୍ରୀ ଷଡଙ୍ଗୀଙ୍କୁ ପୋଲିସ କମିଶନର୍‌ ପଦରେ ବସାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ମାତ୍ର ୩ ମାସର ବ୍ୟବଧାନରେ ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଅତି ଅଶୋଭନୀୟ ଢଙ୍ଗରେ ଡିଜିପି ପଦରୁ ହଟାଇ ଦେଇ ସତ୍ୟଜିତ୍‌ ମହାନ୍ତିଙ୍କୁ ସାମୟିକ ଭାବେ ଦାୟିତ୍ୱରେ ରଖିଥିଲେ । ତା’ପରେ କେନ୍ଦ୍ରରୁ ଫେରିଥିଲେ ୧୯୮୬ ବ୍ୟାଚ୍‌ର ଓଡିଶା କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଶ୍ରୀ ଅଭୟ । ରାଜ୍ୟ ସରକାର ତାଙ୍କୁ ଡିଜିପି ପଦରେ ନିଯୁକ୍ତି ଦେଇଥିଲେ । ଶ୍ରୀ ଅଭୟ ଡିଜିପି ହେବା ଦିନଠାରୁ ତାଙ୍କ ଟିମ୍‌ ତିଆରି କରିବା ଉଦ୍ୟମ ଆରମ୍ଭ କରିଛନ୍ତି । ସେହି କ୍ରମରେ ବି କେ ଶର୍ମାଙ୍କ ଅନୁଗତ ଶ୍ରୀ ଷଡଙ୍ଗୀଙ୍କୁ ପୋଲିସ କମିଶନର ପଦରୁ ବିଦାୟ ଦେଇ ନିଜର ଅନୁଗତ ଅଫିସରଙ୍କୁ ଶ୍ରୀ ଅଭୟ ନିଯୁକ୍ତି ଦେଇପାରନ୍ତି ବୋଲି ଆଲୋଚିତ ହେଉଥିବା ବେଳେ ଶ୍ରୀ ଷଡଙ୍ଗୀଙ୍କର ବିବାଦୀୟ ବକ୍ତବ୍ୟ ଏହାକୁ ଆହୁରି ଜଟିଳ କରିଦେଇଛି । ସୂଚନାଯୋଗ୍ୟ ଯେ, ମହିଳା ବିରୋଧୀ ଅପରାଧକୁ ରୋକିବା ପାଇଁ କମିଶନରେଟ୍‌ ରେ ୨୫୦ ପାଖାପାଖି ଯୁବତୀଙ୍କୁ ସ୍ୱତନ୍ତ୍ର ପୋଲିସ ଅଫିସର(ଏସପିଓ) ଭାବେ ନିଯୁକ୍ତି ଦେବା କଥା ଶ୍ରୀ ଷଡଙ୍ଗୀ ଘୋଷଣା କରିଥିଲେ । ତେବେ ଅନାବଶ୍ୟକ ଭାବେ ମହିଳାମାନଙ୍କ ଗୁରୁତ୍ୱକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିବାକୁ ଯାଇ ସେ କହିଥିଲେ ଯେ, ଯେଉଁ ପୁରୁଷଙ୍କୁ ରୋଷେଇ କାମ ଜଣାନଥିବ ତାଙ୍କୁ କେହି ଯୁବତୀ ବିବାହ କରନ୍ତୁ ନାହିଁ । ତେଣୁ ବିବାହ କରିବା ପୂର୍ବରୁ ପୁଅଟିଏ ରୋଷେଇ କାର୍ଯ୍ୟ ଜାଣିଛି କି ନାହିଁ ତାହା ଯୁବତୀମାନେ ବୁଝିବା ଉଚିତ୍‌ । ଶ୍ରୀ ଷଡଙ୍ଗୀଙ୍କର ଏହି ବକ୍ତବ୍ୟ ବିଭିନ୍ନ ମହଲରେ ସମାଲୋଚନା ପାଇଁ ବେଶ୍‌ ଖୋରାକ୍‌ ଯୋଗାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ନାନା ଆଲୋଚନା ସମାଲୋଚନା ପ୍ରକାଶ ପାଇଛି । ବିଶେଷକରି ଯୁବକମାନେ ପ୍ରତିକ୍ରିୟାଶୀଳ ହୋଇ ଏହି ବକ୍ତବ୍ୟକୁ ନାପସନ୍ଦ କରିଥିବା ବେଳେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଦୃଢ ବିରୋଧ କରି ନିଆଁରେ ଅଧିକ ଘିଅ ଢାଳିଛନ୍ତି । ପୋଲିସ କମିଶନର ଶ୍ରୀ ଷଡଙ୍ଗୀ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଓ ଶସ୍ତା ବକ୍ତବ୍ୟରୁ କ୍ଷାନ୍ତ ହେବା ଉଚିତ୍‌ ବୋଲି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ଅବଶ୍ୟ ଏହା ତାଙ୍କର ନିଜସ୍ୱ ମତ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ବିଜେଡିର ହେଭିେୱଟ୍‌ ନେତାମାନେ ନିଜସ୍ୱ ମତ ଉପସ୍ଥାପନ ପାଇଁ ସାହସ ଜୁଟାଇ ପାରୁନଥିବା ବେଳେ ଶ୍ରୀ ମହାନ୍ତି ନିଜସ୍ୱ ଅଧିକାରରେ ଏପରିି ଗୁରୁତ୍ୱପୂର୍ଣ୍ଣ ବୟାନ ଦେବା ସହ ପୋଲିସ କମିଶନରଙ୍କ ବକ୍ତବ୍ୟକୁ ସମାଲୋଚନା କରିବାର ସାହସକୁ ସହଜ ବୋଲି ଗ୍ରହଣ କରାଯାଇନପାରେ । ସେହିପରି ରେଭେନ୍ସା ଝିଅମାନେ କମେଣଫ ସହିବା ସପକ୍ଷରେ ମଧ୍ୟ ଶ୍ରୀ ଷଡଙ୍ଗୀ ମତ ଦେଇଛନ୍ତି । ଅପରାଧ ନିୟନ୍ତ୍ରଣ ଦାୟିତ୍ୱ ମୁଣ୍ଡେଇଥିବା ଜଣେ ଦାୟିତ୍ୱବାନ୍‌ ପୋଲିସ କମିଶନରଙ୍କର ଏପରି ହାଲୁକା ଓ ଅନାବଶ୍ୟକ ମନ୍ତବ୍ୟକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ । ବିଜେଡି ନେତା ଶ୍ରୀ ମହାନ୍ତି ସମାଲୋଚନାର ଦିଗକୁ ଆଉ ଟିକିଏ ବଢେଇ ଦେଇଛନ୍ତି । ମହିଳା ବିରୋଧୀ ଅପରାଧକୁ ରୋକିବା ପାଇଁ ମହିଳା ଏସପିଓ ନିଯୁକ୍ତିକୁ ସେ ସମର୍ଥନ ଓ ସ୍ୱାଗତ କରିଛନ୍ତି ସତ, ମାତ୍ର ପୁରୁଷ ଏସପିଓ ନିଯୁକ୍ତି କରାଯାଇନଥିବାରୁ ତାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

Read More...

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page