ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

January 04, 2020, ଓଡ଼ିଶା, , Anupambharat News Bureau


ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ
Anupambharat News Bureau
January 04, 2020

ସାଲେପୁର, ୪ ।୧ (ଅନୁପମ ମିଡିଆ): ଜଣେ ମହିଳାଙ୍କୁ ଲିଫଫ ଦେବା ଆଳରେ ତାଙ୍କୁ ନିଶା ଖୁଆଇ ଭୁବନେଶ୍ୱରରେ ରଖି ୩ମାସ ଧରି ବଳାତ୍କାର କରିବା ଓ ମହିଳା ଜଣକ ସେଠାରୁ ଖସିଆସି ସାଲେପୁର ଥାନାରେ ଅଭିଯୋଗ କଲାପରେ ସାଲେପୁର ପୁଲିସ ଜନୈକ ବ୍ୟକ୍ତିକୁ ଆଜି ଗିରଫ କରିବା ସହ ମହିଳା ଜଣକର ଡାକ୍ତରୀ ମାଇନା କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଗତ ଅଗଷ୍ଟ ମାସରେ ମିର୍ଜାପୁର ପଞ୍ଚାୟତ ଦେଉଳି ଗ୍ରାମର ଅମିର ଖାଁ ନାମକ ଜଣେ ବ୍ୟକ୍ତି ଉକ୍ତ ଅଞ୍ଚଳର ଜନୈକ ମହିଳାଙ୍କୁ ଗାଡ଼ିରେ ଲିଫଫ ଦେଇ ତାକୁ ବାଟରେ ନିଶା ଖୁଆଇ ଅଚେତ୍‌ କରିବାପରେ ତାକୁ ଭୁବନେଶ୍ୱରର ଏକ ସ୍ଥାନରେ ରଖି ୩ମାସ ଧରି ତା’ ସହ ବଳାତ୍କାର କରିଚାଲିଥିଲା । ମହିଳା ଜଣକ କୌଶଳ କ୍ରମେ ସେଠାରୁ ଖସିଆସି ଚଳିତ ମାସ ୩ତାରିଖ ଶୁକ୍ରବାର ଦିନ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେଶ୍‌ ନଂ-୫/୨୦୨୦ରେ ଦଫା ୩୬୩, ୩୨୯, ୩୬୬, ୩୭୯, ୩୭୬(୨) (ଏନ୍‌.)ରେ ମାମଲା ରୁଜୁ କରି ଅଭିଯୁକ୍ତ ଅମିର ଖାଁକୁ ଗିରଫ କରିବା ସହ ମହିଳା ଜଣକର ଆଜି ଡାକ୍ତରୀ ମାଇନା କରିଥିବା ଜଣାଯାଇଛି । ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସାଲେପୁର ପୁଲିସ ସୂତ୍ରରୁ ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

Read More...

 ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page