ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

January 04, 2020, ଓଡ଼ିଶା, , Anupambharat News Bureau


ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ
Anupambharat News Bureau
January 04, 2020

ଅନୁଗୁଳ, ୪ା୧ (ଅନୁପମ ମିଡିଆ): ନୂଆବର୍ଷର ପ୍ରଥମ ସପ୍ତାହକୁ ଅନେକ ଭୋଜିଭାତ କରି କଟାଉଥିବା ବେଳେ ମହୀଧରପୁର ଫାଣ୍ଡି ଅଞ୍ଚଳରେ ଏକ ଅଘଟଣ । ଗୋଟିଏ ପରିବାରକୁ ଦୁଃଖର ଅନ୍ଧାର ଭିତରକୁ ଠେଲିଦେଇଛି । ପର ପୁରୁଷ ସହିତ ପତ୍ନୀର ଅନୈତିକ ସଂପର୍କ ଦେଖିବା ପରେ ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ସୂଚନା ଅନୁଯାୟୀ ଏହି ଦମ୍ପତିଙ୍‌କର ସନ୍ତାନ କହିଲେ କେବଳ ଗୋଟିଏ ଛୋଟ ପୁଅ ରହିଛି । ପତ୍ନୀ ଅନ୍ୟ ପୁରୁଷ ସହିତ ଅନୈତିକ ସଂପର୍କ ରଖିବା ଯୋଗୁଁ ପୂର୍ବରୁ ତାଙ୍କ ସହ ସ୍ୱାମୀଙ୍କର ବାରମ୍ବାର ଝଗଡ଼ା ହୋଇଥିଲା । ଗତକାଲି ସ୍ୱାମୀ ବାହାରକୁ ଯାଇଥିଲେ । ସେ ମଧ୍ୟାହ୍ନରେ ଘରକୁ ଫେରିଆସି ପତ୍ନୀକୁ ଅନ୍ୟ ପୁରୁଷ ସହିତ ଅସଂଯତ ଅବସ୍ଥାରେ ଦେଖିଥିଲେ । ଏହାପରେ ପତ୍ନୀ ସହି ଝଗଡ଼ା କରି ଏକ ବଖରାରେ ସେ ରଶି ଲଗାଇ ଦେଇଥିଲେ । ରାତିରେ ଖାଇବା ପାଇଁ ପୁଅ ଡ଼ାକିବାକୁ ଯାଇ ବାପା ରଶିରେ ଝୁଲୁଥିବା ଦେଇଥିଲେ । ପରିବାର ସଦସ୍ୟ ଏହା ଜାଣିବା ପରେ ରାତାରାତି ଶବ ପୋଡ଼ି ଦେଇଥିବା କୁହାଯାଉଛି । ତେବେ ଏ ସଂକ୍ରାନ୍ତରେ ରାତିସୁଦ୍ଧା ଥାନାରେ କୌଣସି ଏତଲା ଦାଖଲ ହୋଇନଥିବା ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

Read More...

ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page