ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

January 21, 2020, ଦେଶ, , Anupambharat News Bureau


ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ
Anupambharat News Bureau
January 21, 2020

ଶ୍ରୀନଗର,୨୦ା୧: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲା ୱାଚି ଗାଁରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆଜି ସକାଳେ ୱାଚି ଗାଁରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ଥିବା ଖବର ମିଳିଥିଲା । ଏହାପରେ ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଗ୍ରୁପ କମାଣ୍ଡୋମାନେ ସର୍ଚ୍ଚ ଅପରେସନ କରିଥିଲେ । ଆତଙ୍କବାଦୀମାନେ ଲୁଚି ଥିବା ଗାଁକୁ କର୍ଡନ କରାଯିବା ବେଳେ ହଠାତ୍‌ ଗୁଳିମାଡ଼ ହୋଇଥିଲା । ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଶେଷରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସମସ୍ତ ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ସୋପିଆନ ଅନ୍ତର୍ଗତ ଜୈନପୋରା ଅଞ୍ଚଳର ଆଦିଲ ଶେଖ ରହିଛି । ସେ ୨୦୧୮ ସେପେଫମ୍ବର ୧୯ରେ ତତ୍କାଳୀନ ପିଡିପି ବିଧାୟକ ଏଜାଜ ମୀରଙ୍କ ଘରୁ ୮ଟି ବନ୍ଧୁକ ଲୁଟିବା ଘଟଣାରେ ସାମିଲ ଥିଲା । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ୱାସୀମ ୱାନି ନାମକ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

Read More...

ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page