ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

January 21, 2020, ଦେଶ, , Anupambharat News Bureau


ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ
Anupambharat News Bureau
January 21, 2020

ନୂଆଦିଲ୍ଲୀ, ୨୦ା୧: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣ ଦୁର୍ଷ୍କମ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିବା ପାଇଁ ପ୍ରସ୍ତìତ ଥିବା ଜଣେ ବ୍ୟକ୍ତି ବର୍ତ୍ତମାନ ମଧ୍ୟ କୌଣସି ସ୍ଥିତିରେ ମୃତୁ୍ୟମୁଖରୁ ବଞ୍ଚିବା ପାଇଁ ସଂଘର୍ଷ ଚଳାଇଛି । ଯଦିଓ ଫେବୃଆରୀ ୧ ତାରିଖରେ ଦୋଷୀ ମାନଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରସ୍ତìତି ହୋଇଛି ତେବେ ଆଜି ଆବେଦନ କରିଥିବା ଏକ ପିଟିସନ୍‌କୁ ଆଧାର କରି ମାନ୍ୟବର ସୁପି୍ରମ୍‌କୋର୍ଟ ତାହା ଖାରଜ କରିଛନ୍ତି ।
ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାକୁ ଝଟକା ଲାଗିଛି । ସେ ୨୦୧୨ ଏହି ଲୋମହର୍ଷଣକାରୀ ଘଟଣାରେ ସାମିଲ ଥିଲା । ହେଲେ ସେତେବେଳେ ସିଏ ନାବାଳକ ଥିଲା ବୋଲି ଦାବି କରି ସୁପ୍ରିମକୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା । କୋର୍ଟ ତା’ର କୌଣସି ଆବେଦନକୁ ଗ୍ରହଣ କରିନାହାନ୍ତି । ଏହା ପୂର୍ବରୁ ପବନ ନିଜକୁ ନାବାଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ । ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ସୁପ୍ରିମକୋର୍ଟ ଆଜି ଆବେଦନକୁ ଖାରଜ କରି କହିଛନ୍ତି, ଆମେ ଏହି ଆବେଦନରେ ହସ୍ତକ୍ଷେପ କରିବା ପାଇଁ କୌଣସି ପ୍ରକାରର ନୂଆ ପ୍ରମାଣ ପାଉନାହୁଁ । ଥରେ ନାବାଳକ ଦାବି ଯାଞ୍ଚ ହୋଇଛି ଏବଂ ଏହା ହାଇକୋର୍ଟରେ ଖାରଜ ହୋଇଛି । ପବନ ପକ୍ଷରୁ ଆଇନଜୀବୀ ଏପି ସିଂହ ନିଜର ପକ୍ଷ ରଖି କହିଥିଲେ ଯେ ପବନର ସ୍କୁଲ ପ୍ରମାଣପତ୍ର ଅନୁଯାୟୀ ସେ ଘଟଣା ବେଳେ ନାବାଳକ ଥିଲା ବୋଲି ଉଲ୍ଲେଖ ରହିଛି । ହେଲେ ଆଜି ଯାଏ କୌଣସି କୋର୍ଟ ଏହାକୁ ପ୍ରମାଣ ଭାବେ ଗ୍ରହଣ କରିନାହାନ୍ତି । ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଏହି ଦାବି ଏକାଧିକ ଥର ଅନେକ କୋର୍ଟରେ ଉଠା ଯାଇଛି । ଏହା କେବଳ ନାୟିକ ପ୍ରକ୍ରିୟାକୁ ବିଳମ୍ବିତ କରିବାର ଏକ
ପ୍ରୟାସ । ଜଷ୍ଟିସ୍‌ ଆର୍‌ ବାନୁମତୀ, ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଉକ୍ତ ପବନ ଗୁପ୍ତାର ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ଦିଲ୍ଲୀ ହାଇକୋର୍ଟର ଶୁଣାଣି ହିଁ ଚୂଡ଼ାନ୍ତ ବୋଲି କହିଛନ୍ତି । ପବନ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ଆଇନଜୀବୀ ଶେଷମୁହୂର୍ତ୍ତରେ ମଧ୍ୟ ହାଜର ହୋଇ କହିଥିଲେ ଯେ ପବନଙ୍କର ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏସ୍‌ଏଲ୍‌ସି)ରେ ସେ ଜଣେ ନାବାଳକ ବୋଲି ଜଣାପଡ଼ିଥିଲା । ତେବେ ତାର ପ୍ରମାଣପତ୍ର ଗୁଡ଼ିକୁ ଟ୍ରାଏଲ୍‌ କୋର୍ଟ କିମ୍ବା ହାଇକୋର୍ଟ ବିଚାରକୁ ନେଇନଥିଲେ । ଅନ୍ୟପକ୍ଷରେ ସଲିସିଟର ଜେନେରାଲ୍‌ ମେହେଟା କହିଥିଲେ ଯେ ଅପରାଧ କରିବା ସମୟରେ ପବନ ୧୯ ବର୍ଷ ବୟସ୍କ ଥିଲେ । ଏସମ୍ପର୍କରେ ତାର ଜନ୍ମ ପ୍ରମାଣପତ୍ରର କପି ମହଜୁଦ ଅଛି । ଏସ୍‌ଏଲ୍‌ସି ମଧ୍ୟ ଯଥାର୍ଥ ଥିଲା ତେଣୁ ଏହାକୁ ରେକର୍ଡକୁ ନିଆଯାଇଛି । ତେଣୁ ଦିଲ୍ଲୀ କୋର୍ଟ ଯେଉଁ ଫ୍ରେସ୍‌ ୱାରେଣ୍ଟ ଜାରି କରି ଫେବୃଆରୀ ୧ ତାରିଖରେ ଦୋଷୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ କୁମାର ସିଂ ଏବଂ ପବନକୁ ଫାଶୀଖୁଣ୍ଟରେ ଝୁଲାଇ ଦେବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page