କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

January 21, 2020, ଓଡ଼ିଶା, , Anupambharat News Bureau


କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ
Anupambharat News Bureau
January 21, 2020

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ଜନତା ମଇଦାନଠାରେ‘କୃଷି ଓଡ଼ିଶା-୨୦୨୦’ ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷିର ଉନ୍ନତି ପାଇଁ ସରକାର ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେ ଚାହାନ୍ତି, ଚାଷୀମାନେ ସ୍ୱାଭିମାନର ସହ ବଞ୍ଚନ୍ତୁ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତିର ମୂଳ ଲକ୍ଷ୍ୟ ହେଉଛି ଚାଷୀର ବିକାଶ । ଚାଷୀମାନେ ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ସେମାନେ ଅଧିକ ଲାଭବାନ୍‌ ହୋଇପାରିବେ ବୋଲି ସେ କହିଛନ୍ତି । ସେହିପରି କୃଷି ଓ କୃଷକ ସଶନ୍ତିକରଣ ମନ୍ତ୍ରୀ ଡ.ଅରୁଣ ସାହୁ କହିଛନ୍ତି, ରାଜ୍ୟର ଚାଷୀମାନଙ୍କ ଆୟ ବଢିଛି । ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି । ରାଜ୍ୟର ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । ଏଥିରେ କୃଷି ଉପିାଦନ କମିଶନର ପ୍ରଦୀପ୍ତ ମହାପାତ୍ର , କେନ୍ଦ୍ର ସାର ବିଭାଗ ସଚିବ ଛବିନ୍ଦ୍ର ରାଉଳ ଓ ଫିକିର ମହାସଚିବ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ,  ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର,  ମୁଖ୍ୟ ଅଭିଯୁକ୍ତ ଗିରଫ

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁଖ୍ୟ ଅଭିଯୁକ୍ତ ଗିରଫ

Read More...

ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page