ବାଙ୍କିରେ ଡବଲ ମର୍ଡର

February 15, 2020, ଓଡ଼ିଶା, , Anupambharat News Bureau


ବାଙ୍କିରେ ଡବଲ ମର୍ଡର
Anupambharat News Bureau
February 15, 2020

କଟକ, ୧୫ା୨(ଅନୁପମମିଡ଼ିଆ): ରାଜନୈତିକ ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ନେତାମାନେ ନୀତି ଆଦର୍ଶକୁ ବଳି ଦେଉଛନ୍ତି । ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ । ବାଙ୍କି ନୂଆଗାଁ ମହିଳା ସରପଞ୍ଚ ପ୍ରମିଳା ସ୍ୱାଇଁଙ୍କ ସ୍ୱାମୀ ଭଗବାନ ସ୍ୱାଇଁ(୪୦) ଓ ତାଙ୍କର ଜଣେ ସହଯୋଗୀ ଆଦିତ୍ୟ ରଣସିଂହ(୩୫)ଙ୍କୁ ଶନିବାର ଅପରାହ୍ନ ସାଢେ ୩ଟା ବେଳେ କେତେକ ଦୁର୍ବୃତ୍ତ ଖଣ୍ଡା ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏହି ଦୁଇ ବ୍ୟକ୍ତି ବାଙ୍କିରୁ ନିଜ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ବରପୁଟ ଗ୍ରାମ ପଞ୍ଚାୟତ ଜୋକଲାଞ୍ଜି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟସ୍ଥ ନିଛାଟିଆ ସ୍ଥାନରେ ସଂଘବଦ୍ଧ ଭାବରେ ଅପେକ୍ଷା କରିଥିବା ୭ରୁ ୮ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଉଭୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ । ଏହାପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସୂଚନା ପାଇ ବାଙ୍କୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପୂର୍ବକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ଆଦିତ୍ୟକୁ ମୃତ ଷୋଷଣା ସହ ଭଗବାନକୁ ଏସସିବିକୁ ସ୍ଥାନାନ୍ତର କରିଥିଲେ । ଗୁରୁତର ଭଗବାନଙ୍କୁ ଏସସିବି ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ସଂରକ୍ଷିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଉଭୟ ଭଗବାନ ଓ ଆଦିତ୍ୟ କଂଗ୍ରେସ ଦଳର
ସଦସ୍ୟ ଥିବା ବେଳେ ଭଗବାନଙ୍କ ପତ୍ନୀ ପ୍ରମିଳା କଂଗ୍ରେସ ଦଳର ସମର୍ଥକ ଭାବେ ସରପଞ୍ଚ ନିର୍ବାଚିତ ହୋଇଥିଲେ । ରାଜନୈତିକ ବିବାଦ ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି । ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

Read More...

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page