ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

February 15, 2020, ଓଡ଼ିଶା, , Anupambharat News Bureau


ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ
Anupambharat News Bureau
February 15, 2020

ଭୁବନେଶ୍ୱର,୧୫ ।୨(ଅନୁପମ ମିଡିଆ): ମାଡ଼ିଆସୁଛି ଖରା । ଦିନର ତାପମାତ୍ରାରେ ହଠାତ୍‌ ବୃଦ୍ଧି ଘଟିଛି । ଶନିବାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ସମେତ ଅନେକ ସହରରେ ଟାଣ ଖରା ଅନୁଭୂତ ହୋଇଥିଲା । ଆଗାମୀ ଦିନରେ ତାପାମାତ୍ରା ବହୁପରିମାଣରେ ବୃଦ୍ଧିପାଇବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବର୍ାନୁମାନ କରାଯାଇଛି ।
ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ । ଆସନ୍ତା ୨୦ ପରେ ଦିନ ଓ ରାତିର ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଇବ । ସେଭଳି ୨୦ ମଧ୍ୟରେ ଦେଶର ୧୫ ପ୍ରତିଶତ ଅଞ୍ଚଳ ଯଥା ଉତ୍ତରପୂର୍ବ ଉପକୂଳ , ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଜାମ୍ମୁ ଓ କାଶ୍ମୀର , ହିମାଞ୍ଚଳ ପ୍ରଦେଶ, ପଞ୍ଜାବର କେତେକ ଅଞ୍ଚଳରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତା ୨୧ରୁ ୨୭ ମଧ୍ୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଦିନରେ ତାପମାତ୍ରା ୩୫ରୁ ୪୦ ଡିଗ୍ରି ପ୍ରତିଶତ ବଢ଼ିବ । ଚଳିତବର୍ଷ ଫେବୟାରୀ ଶେଷ ସପ୍ତାହ ବେଳକୁ ଗ୍ରୀଷ୍ମ ଦିନ ଭଳି ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ।
ସେହିପରି ରାତିର ସର୍ବନିମ୍ନ ତାପମାତ୍ରା ବି ଧୀରେ ଧୀରେ ବୃଦ୍ଧି ପାଇବ । ୧୪ରୁ ୨୦ ମଧ୍ୟରେ ପାଖାପାଖି ୧୫ ପ୍ରତିଶତ ଅଞ୍ଚଳରେ ରାତିର ସ୍ୱାଭାବିକ ତାପମାତ୍ରା ଅଧିକ ରହିବ । ୨୦ ପରେ ରାଜସ୍ଥାନ, ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ , ଦକ୍ଷିଣ ମହାରାଷ୍ଟ୍ର ସମେତ ଅନ୍ୟ କିଛି ଅଞ୍ଚଳ ରାତି ସ୍ୱାଭାବିକ ତାପମାତ୍ରା ବହୁ ପରିମାଣ ବଢ଼ିବ । ଗତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିଥିଲା । ଦେଶର ଅଧିକାଂଶ ସ୍ଥାନରେ ଫେବୟାରୀ ମାସକୁ ଶେଷ ଥଣ୍ଡା ମାସ ଭାବେ ବିବେଚନା କରାଯାଉଥିବା ବେଳେ ଏଥର ପାଗରେ ଲଗାତାର ଭାବେ ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରା
ଯାଇଛି ।
ଓଡ଼ିଶାର
ମଧ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ରା ବଢ଼ିଛି । ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ । ସେହିପରି ୧୭ ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକା କୁହୁଡ଼ି ଅନୁଭୁତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ

ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

Read More...

ବାଙ୍କିରେ ଡବଲ ମର୍ଡର

ବାଙ୍କିରେ ଡବଲ ମର୍ଡର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page