ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

May 29, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


 ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ
Anupambharat News Bureau
May 29, 2020

କେନ୍ଦୁଝର, ୨୯ା୫ (ଅନୁପମ ଭାରତ): କେନ୍ଦୁଝର ସହରର ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ବସ,ଟ୍ରକ ଏବଂ ଅନ୍ୟାନ୍ୟ ଛୋଟ ଗାଡିରେ ଯାଉଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟ ନ କରି ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ-ମୁସଲିମ ଭାଇମାନେ । ପବିତ୍ର ଇଦ୍‌ ଉଲ ଫିତରଠାରୁ ସହରର କିଛି ହିନ୍ଦୁ ଓ ମୁସଲିମ ଭାଇ କରୋନା ଭଳି ମହା ବିପତ୍ତି ସମୟରେ ମିଳିତଭାବେ ଏହି ସେବା କାର୍ଯ୍ୟ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଜାତୀୟ ରାଜପଥ ୪୯ର କରଞ୍ଜିଆ ବସଷ୍ଟାଣ୍ଡ ନିକଟରେ ଏକ ଟେଣ୍ଟ କରି ଦୈନନ୍ଦିନ ଦିନରାତି ଏହି ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ପାଣି ବୋତଲ,କଦଳୀ,ବିସ୍କୁଟ,ମିଠା,ଫ୍ରୁଟି,ଗ୍ଲୋବସ,ମାସ୍କ ଆଦି ବଣ୍ଟନ କରାଯାଉଛି । ସହରର କିଛି ବଦାନ୍ୟ ବ୍ୟକ୍ତି ଏହି ମହତ୍‌ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛନ୍ତି । ହିନ୍ଦୁ-ମୁସଲିମ ଭାଇଙ୍କ ଏହି ସେବା କାର୍ଯ୍ୟରେ ନୁର ମହମ୍ମଦ,ହବିବୁର ରେହମାନ,ମହମ୍ମଦ ୱାରିସ,ମହମ୍ମଦ ମୁନାଜିର,ପବନ ପାଣ୍ଡେ,ବୁଲୁ ସାହୁ,ମୋହନ ପଣ୍ଡିତ,ଜଳନ୍ଧର ଶର୍ମା,ଅମିତ୍‌ କୁମାର,ୱାସିମ ରାଜା,ମହମ୍ମଦ ଇଜ୍‌ରି.ହୟାଜ୍‌ ହୁସେନ,ମହମ୍ମଦ ମୋକମ୍‌ ପ୍ରମୁଖ ସମାଜସେବୀ ଏହି ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହିନ୍ଦୁ-ମୁସଲିମ ଭାଇମାନଙ୍କ ଏଭଳି ସେବା କାର୍ଯ୍ୟ କେନ୍ଦୁଝରରେ ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page