ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

May 29, 2020, ଓଡ଼ିଶା, , Anupambharat News Bureau


ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି
Anupambharat News Bureau
May 29, 2020

ଭୁବନେଶ୍ୱର, ୨୯ା୫(ଅନୁପମମିଡ଼ିଆ): ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି । କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ । ସ୍ୱତନ୍ତ୍ର ଭାବେ କୃଷିକ୍ଷେତ୍ରର ବିକାଶ ଲାଗି ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହା ଦ୍ୱାରା ୨୪ଲକ୍ଷ ୫୦ହଜାର ଚାଷୀ ଉପକୃତ ହେବେ । ଅନ୍ୟପକ୍ଷରେ ବିଭିନ୍ନ ବର୍ଗର ଦକ୍ଷତା ବିକାଶ ପାଇଁ ୧୪୦କୋଟି ଖର୍ଚ୍ଚ ହେବ । ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ପ୍ରକଳ୍ପ ଲକ୍ଷ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଇଡକୋ ଜମି ଯୋଗାଇ ଦେବ । ସେହିପରି ଅଣ୍ଡର ଗ୍ରାଜୁଏଟ୍‌ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ । ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମରେ ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଜୋତା ଏବଂ ସେ୍ୱଟର ଯୋଗାଇ ଦିଆଯିବ । ଆସିକା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା ଦିଆଯିବ । କ୍ୟାସ୍‌ କ୍ରେଡିଟ୍‌ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ କରିଛି । ଆସିକା କୋପରେଟିଭ ସୁଗାର ଲିମିଟେଡ୍‌ ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ । ଓରେଡା ଶକ୍ତି ବିଭାଗ ଅଧୀନକୁ ଆସିବ । ସୋସାଇଟି ଆକଫରେ ପରିବର୍ତ୍ତନ କରାଯାଇ ପ୍ରତି ୫ ବର୍ଷରେ ନବୀକରଣ କରାଯିବ । ଅଡିଟ କରାଗଲା ବେଳେ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରାଯାଇପାରିବ । ଏଗ୍ରିକଲଚର ଆକଫ ୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏହା ବ୍ୟତୀତ ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ । ସେହିପରି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଜମି ଦିଆଯିବ । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ହୋଇଛି । ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ ୍ୱାଟର କରାଯିବ । ଭଦ୍ରକ ଜିଲ୍ଲା ଧାମରାରେ ଟେକ୍ସଟାଇଲ୍‌ ପାର୍କ ଓ ଢେଙ୍କାନାଳରେ ମେଡିକାଳ୍‌ ପାର୍କ ପ୍ରତିଷ୍ଠା ହେବ । ୧୦୦୦ ଏକର ଜମି ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ପାର୍କରେ ୬୦୦୦ରୁ ୭୦୦୦ କୋଟି ଟଙ୍କା ନିବେଶ ହେବ । ଏହା ବ୍ୟତୀତ ରାଜ୍ୟ ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ ଓ -ୱାର୍ଡ ସ୍ତରରେ ପରିଚାଳନା କମିଟି ଗଠନ ହେବ । ୧୯୨ଟି ନୂତନ ଓଏଏସ ପଦବୀ ସୃଷ୍ଟି କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

Read More...

 ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page