ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

February 13, 2021, ଦେଶ, , Anupambharat News Bureau


ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି
Anupambharat News Bureau
February 13, 2021

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନ୍‌ସନ୍‌ ସୀମାକୁ ୧.୨୫ ଲକ୍ଷକୁ ବଢାଇଛନ୍ତି । ଫ୍ୟାମିଲି ପେନ୍‌ସନ କ୍ଷେତ୍ରରେ ସଂସ୍କାର ପଦକ୍ଷେପ ଅନ୍ତର୍ଗତ ଏଭଳି ବ୍ୟବସ୍ଥା କରାଯାଇଛି । ଏହି ସୀମା ପୂର୍ବରୁ ୪୫ ହଜାର ଟଙ୍କା ରହିଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ନୂଆ ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଜୀବନ ଧାରଣ ସହଜ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥତ୍କ ସୁରକ୍ଷା ମିଳିପାରିବ । ସେ ଆହୁରି ମଧ୍ୟ କହିଛନ୍ତି, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କ ସନ୍ତାନ ଫ୍ୟାମିଲି ପେନ୍‌ସନର ୨ଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥ ରାଶି ପରିମାଣ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏହି ୨ଟି କିସ୍ତିର ମୋଟ ଅର୍ଥ ରାଶି ୧.୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ । ଏହା ପୂର୍ବ ସର୍ବାଧିକ ସୀମାଠାରୁ ଅଢେଇଗୁଣା ଅଧିକ ବୃଦ୍ଧି । କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ର ଉପନିୟମ ୧୧ ଅନୁରୂପ, ଯଦି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ସରକାରୀ ଚାକିରିରେ ଅଛନ୍ତି ଏବଂ ଏହି ନିୟମ ଅଧୀନରେ ଆସୁଛନ୍ତି, ତା’ହେଲେ ସେମାନଙ୍କର ପରଲୋକ ସ୍ଥିତିରେ ତାଙ୍କର ଜୀବିତ ସନ୍ତାନ ଓ ମାତାପିତାଙ୍କୁ ଦୁଇଟି କିସ୍ତି ଫ୍ୟାମିଲି ପେନସନ ପାଇବା ଲାଗି ଯୋଗ୍ୟ ହେବେ । ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ଅଢ଼େଇ ଲକ୍ଷ ଟଙ୍କା ହୋଇସାରିଛି । ତେଣୁ ଏହି ଅର୍ଥରାଶି ଅଢ଼େଇ ଲକ୍ଷ ଟଙ୍କାର ୫୦ପ୍ରତିଶତ ଅର୍ଥାତ ୧,୨୫,୦୦୦ ଟଙ୍କା ଏବଂ ୨,୫୦,୦୦୦ ଟଙ୍କାର ୩୦ ପ୍ରତିଶତ ଅର୍ଥାତ୍‌ ୭୫ ହଜାର ଟଙ୍କା ର୍ନିଦ୍ଧାରଣ କରାଯାଇଛି ।
ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ୯୦ହଜାର ଟଙ୍କାର ସର୍ବାଧିକ ବେତନ ସନ୍ଦର୍ଭରେ ବର୍ଦ୍ଧିତ ଅର୍ଥ ରାଶି ର୍ନିଦ୍ଧାରଣ କରାଯାଇଥିଲା । ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ୨.୫ ଲକ୍ଷ ଟଙ୍କା ହୋଇଯାଇଛି ।
କେନ୍ଦ୍ରୀୟ ପ୍ରଶାସନିକ ପେନସନ ନିୟମ ଅନୁସାରେ ଏହି ପେନସନ ଅର୍ଥ ରାଶି ୨.୫ ଲକ୍ଷର ୫୦% ବା ୧.୨୫ ଲକ୍ଷ ଏବଂ ୩୦% ବା ୭୫ ହଜାର ର୍ନିଦ୍ଧାରଣ କରାଯାଇଛି । ବର୍ତ୍ତମାନର ନିୟମ ଅନୁସାରେ ଯଦି କୌଣସି ସନ୍ତାନଙ୍କ ପିତାମାତା ସରକାରୀ ଚାକିରିରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣକର ଚାକିରି କାଳରେ ମୃତ୍ୟୁ ହୋଇସାରିଛି କିମ୍ବା ଅବସର ଗ୍ରହଣ କରିଛନ୍ତି ତା’ହେଲେ ପରଲୋକଗତ ବ୍ୟକ୍ତିଙ୍କର ଫ୍ୟାମିଲି ପେନସନ ତାଙ୍କର ଜୀବନସାଥୀଙ୍କୁ ଦିଆଯିବ । ଆହୁରି ଯଦି ସାଥୀଙ୍କର ମୃତ୍ୟୁ ଘଟେ ତା’ହେଲେ ତାଙ୍କର ଜୀବିତ ପିଲା ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପରେ ତାଙ୍କୁ ନିଜ ସ୍ୱର୍ଗବାସୀ ମାତାପିତା ଉଭୟଙ୍କ ପାରିବାରିକ ପେନସନ ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

Read More...

ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page