ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

February 13, 2021, ଦେଶ, , Anupambharat News Bureau


ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌
Anupambharat News Bureau
February 13, 2021


ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି । ଶନିବାର ଦିନ ନିର୍ମଳା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଓଲଟା ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ ନେତା ମନଗଢା କାହାଣୀ କୁହନ୍ତି, ବେକାର ଆଲୋଚନା କରନ୍ତି, ଦେଶକୁ ଭାଙ୍ଗୁଥିବା ଲୋକଙ୍କ ସହ ଛିଡା ହୁଅନ୍ତି ଓ ସାମ୍ବିଧାନିକ ସଂସ୍ଥାର ଅପମାନ କରନ୍ତି ।
ସେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଅପମାନ କରୁଥିଲେ ଓ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଅପମାନ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ବିଦେଶ ଗସ୍ତରେ ଯାଇଥିଲେ ସେତେବେଳେ ରାହୁଲ ଗାନ୍ଧୀ ତାଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶକୁ ଚିରି ଫୋପାଡ଼ି ଦେଇଥିଲେ । ଏହି ମାମଲା ୨୦୧୩ ମସିହାର । ସେ ରାହୁଲ ଗାନ୍ଧୀଙ୍କୁ ଡୁମ୍ସ ଡେ ମ୍ୟାନ କହିଛନ୍ତି । ସେତେବେଳେ ସୁପ୍ରିମକୋର୍ଟ ଦୋଷୀ ଜନପ୍ରତିନିଧିଙ୍କୁ ନିର୍ବାଚନ ଲଢ଼ିବା ବିରୋଧରେ ରାୟ ଶୁଣାଇଥିଲେ ।
ଏହି ରାୟକୁ ପ୍ରଭାବହୀନ କରିବାକୁ ୟୁପିଏ ସରକାର ଏକ ଅଧ୍ୟାଦେଶ ଜାରି କରିଥିଲାଛ ସେତେବେଳେ ୟୁପିଏ ଆଣିଥିବା ଏହି ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ନିରର୍ଥକ କହିଥିଲେ ଓ କହିଥିଲେ ଏହାକୁ ଚିରି ଫୋପାଡ଼ି ଦେବା ଉଚିତ । ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ବଜେଟ ଉପରେ ହେଉଥିବା ଚର୍ଚ୍ଚାରେ ସାମିଲ ହୋଇ କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ । ସେ ଆରୋପ ଲଗାଇଥିଲେ ଯେ ଏହା ‘ଆମେ ଦୁଇ ଆମର ଦୁଇ’ ସରକାର । ସେ ଦାବି କରିଥିଲେ ଯେ ନୂଆ କୃଷି ଆଇନ ଯୋଗୁଁ ମଣ୍ଡି ସମାପ୍ତ ହୋଇଯିବ ଓ କୃଷି କ୍ଷେତ୍ରକୁ ବଡ ବଡ ଉଦ୍ୟୋଗୀ ନିୟନ୍ତ୍ରଣ କରିବେ । ଏହାକୁ ନେଇ ନିର୍ମଳା ରାହୁଲଙ୍କୁ ଜବାବ ଦେଇଛନ୍ତି ।
ଉଲ୍ଲେଖଥାଉକି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟକୁ ଦେଶର ଆତ୍ମନିର୍ଭରଶୀଳ ବଜେଟ ବୋଲି କହିଛନ୍ତି । ଲୋକସଭାରେ ବଜେଟକୁ ନେଇ ହୋଇଥିବା ଚର୍ଚ୍ଚାର ଜବାବରେ ନିର୍ମଳା କହିଛନ୍ତି ଯେ କରୋନା ଭାଇରସର ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ସରକାରଙ୍କୁ ସୁଧାର ପଦକ୍ଷେପ ନେବାକୁ ଦୋହଲାଇ ପାରିନଥିଲା । ସରକାରଙ୍କ ସୁଧାର ପଦକ୍ଷେପ ନେବାର ଉଦ୍ଦେଶ୍ୟ ହେଲା ଭାରତକୁ ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ କରିବାଛ ନିର୍ମଳା କହିଛନ୍ତି ଯେ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ବଜେଟ ସ୍ଥାପିତ ହୋଇଛି । ଏହି ଭାଜେଟରେ ଭାରତକୁ ଆତ୍ମନିର୍ଭର କରି ଗଢିବାର ଭୂମିକା ଅଛି । ବର୍ତ୍ତମାନ ବିଶ୍ୱର ଅନୁ କିଛି ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ଜାରି ରହିଛି । କି;ୁ ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଯେଉଁଭଳି କାମ ହେଲା ଓ ସ୍ଥିତିକୁ ଯେଉଁଭଳି ଭାବେ ନିୟନ୍ତ୍ରଣ କରାଗଲା ତଫାଳରେ ଅର୍ଥବ୍ୟବସ୍ଥା ନିରନ୍ତର ଆଗେଇ ଚାଲିଛି ।
ଲୋକସଭାରେ ସୀତାରମଣ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କାହାର ନାଁ ନେଇ ସେ କହିଛନ୍ତି ଯେ କିଷାନ ସମ୍ମାନ ନିଧିରେ କୌଣସି ରିହାତି ହୋଇନାହିଁ । କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କଲେ ମିଛ ଲୁହ ଗଡ଼ାଇଲେ କିଛି ଲାଭ ନାହିଁ । ସେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନିଜ ଅଭିଭାଷଣରେ କୃଷକ, ପୁଞ୍ଜି ଉତ୍ପାଦନ କରୁଥିବା ଉଦ୍ୟୋଗୀ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଏହି ଉଦ୍ୟୋଗୀଙ୍କ ବିନା ଅର୍ଥ ବ୍ୟବସ୍ଥା କିଭଳି ଚାଲିବ ? ବାରମ୍ବାର ପ୍ରଶ୍ନ କରାଯାଉଛି ଯେ ଏହି ବଜେଟରେ କୃଷିରେ ଆବଣ୍ଟନ କାହିଁକି ପ୍ରତ୍ୟାହାର କରାଗଲା ?
ଏହି ପ୍ରସଙ୍ଗକୁ ଭୁଲ ତାରିକରେ ଉପସ୍ଥାପନା କରାଯାଇଛି । ଆପଣମାନଙ୍କୁ କୃଷକଙ୍କ ଚିନ୍ତା ନାହିଁ ? ଏହି ଯୋଜନାକୁ ଠିକ ଭାବେ ବୁଝାଯାଇନି । କାରଣ କୃଷକ ସମ୍ମାନ ଯୋଜନା ଆରମ୍ଭ ହେବାଠୁ ୧୦.୭୫ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ୧.୧୫ ଲକ୍ଷ କୋଟି ଟ୍ରାନ୍ସଫର କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଆକଳନ ପଶ୍ଚିମବଙ୍ଗର ୬୫ ଲକ୍ଷ କୃଷକଙ୍କୁ ଏହି ଯୋଜନାର ରାଶି ଦିଆଯାଇପାରି ନାହିଁ କାରଣ ରାଜ୍ୟ ସରକାରଙ୍କ ତରଫରୁ କୃଷକଙ୍କ ତାଲିକା ଆସିନଥିଲା । ସେଥିପାଇଁ ବଜେଟ ଆବଣ୍ଟନର ପୁରା ଉପଯୋଗ କରିପାରିନାହୁଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

Read More...

ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page