ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

May 10, 2019, ଓଡ଼ିଶା, ମାଲକାନଗିରି, Anupambharat News Bureau


ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି
Anupambharat News Bureau
May 10, 2019

କୋରାପୁଟ, ୧୦ା୫ (ଅନୁପମ ମିଡିଆ): ବୁଧବାର ଅପରାନ୍ନରେ କୋରାପୁଟ ଜିଲା ପାଡୁଆ ଥାନା କିତୁବା ଗ୍ରାମ ନିକଟ ଜଙ୍ଗଲରେ ପୁଲିସ୍‌ ଗୁଳିରେ ମୃତ୍ୟୁ ବରଣ କରିଥିବା ୫ ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଆଜି ପୁଲିସ୍‌ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗୁରୁବାର କୋରାପୁଟ ଏସଏଲଏନ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ପୁଲିସ୍‌ ପକ୍ଷରୁ ସମସ୍ତ ମୃକଙ୍କ ଶବ ବ୍ୟବଚେଛ˜ କରାଯାଇ ରଖା ଯାଇଥିଲା । ଏନକାଉଂଟରରେ ମୃତ ଭେଙ୍କେଟ୍‌ କାମେଶ୍ୱରୀ ଓରଫ ସ୍ୱରୂପାର ମୃତଦେହ ନେବାକୁ ଝିଅ ସୋମାଂଜଳୀ ଓ ଭଉଣୀ ସୁଶୀଳାଙ୍କ ସହ ଆନ୍ଧ୍ର ପ୍ରଦେଶ ରାଜ୍ୟ ସିଭିଲ୍‌ ଲିବର୍ଟି କମିଟି ରାଜ୍ୟ ସଭାପତି ଭି.ଚିଟ୍ଟିବାବୁ,ସହ-ସମ୍ପାଦକ ଏନ୍‌.ଶ୍ରୀମାନ୍‌ ନାରାୟଣ,ସଦସ୍ୟ ଜି.ରଘୁରାମ,ଏବିଏମଏସ ସଦସ୍ୟ ଏଲ.କଣ୍ଡେଲ. ରାଓ ପ୍ରମୁଖ ଶୁକ୍ରବାର ପୂର୍ବାହ୍ନ୍ନରେ କୋରାପୁଟରେ ପହଂଚି ପୁଲିସ କର୍ତୂପକ୍ଷଙ୍କୁ କାମେଶ୍ୱରୀଙ୍କ ସମସ୍ତ ପ୍ରମାଣପତ୍ର ଦେଖାଇ ଥିଲେ । କାମେଶ୍ୱରୀଙ୍କ ମୃତଦେହ ସେମାନେ ନିଜ ଗ୍ରାମକୁ ନେବା ପାଇଁ ଆସିଥିବାରୁ ସେମାନଙ୍କୁ ଶବ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ । କାମେଶ୍ୱରୀଙ୍କ ଶେଷକୃତ୍ୟ ତାଙ୍କ ଜନ୍ମ ମାଟି ଆନ୍ଧ୍ର ପ୍ରଦେଶର ଇଷ୍ଟଗୋଦାବରୀ ଜିଲା ମଣ୍ଡାପେଟା ତହସିଲ ତାପେଶ୍ୱରମରେ କରା ଯିବ ବୋଲି ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି । କାମେସ୍ୱରୀ ୧୦ ବର୍ଷ ହେବ ମାଓ ସଙ୍ଗଠନରେ କାମ କରୁଥିବା ଜଣା ପଡିଛି । ସେହିପରି ଅନ୍ୟ ଜଣେ ମୃତ ମହିଳା ମାଓବାଦୀ ଗୋଲୁରୀ ଟିମା ଓରଫ ଗୀତାର ଶବ ନେବାକୁ ଭାଇ ଗୋଲୁରୀ ବାବୁ ରାଓ ଆସି ଥିଲେ । ସେ ଗୀତାର କୌଣସି ପରିଚୟ ପତ୍ର ଆଣି ନଥିବାରୁ ପ୍ରଥମେ ମୃତଦେହ ଦେବାକୁ ପୁଲିସ ମନା କରିଥିଲା । ପରବର୍ତି ସମୟରେ ବିଶାଖାପାଟଣା ପୁଲିସ ସହ ଯୋଗାଯୋଗ କରା ଯାଇ ଆଲୋଚନା କରିବା ପରେ କୋରାପୁଟ ପୁଲିସ ଗୀତାର ମୃତଦେହ ବାବୁ ରାଓକୁ ହସ୍ତାନ୍ତର କରିଥିଲେ । ଗୀତାର ମୃତ ଦେହ ବିଶାଖାପାଟଣା ଜିଲା ପେଦାବାଇଲୁ ତହସିଲ ଜାମାଡାଙ୍ଗି ଗ୍ରାମକୁ ନିଆ ଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରା ଯିବ ବୋଲି ବାବୁ ରାଓ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଏନାକାଉଂଟରରେ ମୃତ ମିଲିସିଆ ନାରାୟଣପାଟଣା ଥାନାର କୁସୁନିପେଟ୍ନ ଗ୍ରାମର କୃଷ୍ଣ ୱାଡେକା ଓରଫ ପ୍ରକାଶର ମୃତଦେହ ନେବାକୁ ସ୍ତ୍ରୀ ୱାଡେକା ଗାହେଣି,ଦୁଇ ନାବାଳକ ପୁଅ ଶଙ୍କର ଓ ଲକେଶ ଅନ୍ୟ ଗ୍ରାମବାସୀଙ୍କ ସହ କୋରାପୁଟ ଆସି ପୁଲିସ କର୍ତୂପକ୍ଷଙ୍କୁ ଭେଟିଥିଲେ । କୃଷ୍ଣର ଶବ ଗାଁକୁ ନେବା ନିମନ୍ତେ ପରିବାର ଲୋକଙ୍କୁ ପୁଲିସ ତରଫରୁ ଗାଡି ଯୋଗାଇ ଦିଆଯିବା ପରେ ସେମାନେ ଗାଁକୁ ଫେରିଥିଲେ । ରାୟଗଡାର ଅତିରିକ୍ତ ଏସପି ଭି.ଆର୍‌.ରାଓ, ରାୟଗଡା ଏସଡିପିଓ ତପନ ନାରାୟଣ ରଥ,କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରାଓ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲରେ ଉପସ୍ଥିତ ରହି ମୃତଦେହ ଗୁଡିକ ସେମାନଙ୍କ ସମ୍ପକୀର୍ୟ ମାନଙ୍କୁ ହସ୍ତାନ୍ତର କରିଥିଲେ । ଏନକାଉଂଟରରେ ମୃତ ଅନ୍ୟ ଦୁଇ ଜଣ ବିଡିକା ଲକ୍ଷ୍ମୀ ଏବଂ ଜି.ସତିବାବୁ ଓରଫ ଦାସୁର ଶବ ବ୍ୟବଚ୍ଛେଦ ହୋଇଥିଲେ ମଧ୍ୟ ସେମାନଙ୍କ ଶବ ନେବା ପାଇଁ ଆଜି କେହି ଆସିନଥିବାରୁ ମୃତଦେହ ଗୁଡିକ ଫ୍ରିଜରେ ରଖା ଯାଇଛି । ୭୨ ଘଂଟା ମଧ୍ୟରେ ମୃତଦେହର କେହି ଦାବିଦାର ନଆସିଲେ ପୁଲିସ ପକ୍ଷରୁ ଶଭ ସକ୍ତାର କରା ଯିବ ବୋଲି ଏସଡିପିଓ ଶ୍ରୀ ରାଓ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

Read More...

ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page