ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

May 10, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ
Anupambharat News Bureau
May 10, 2019

ବ୍ରହ୍ମପୁର,୧୦ ।୫(ଅନୁପମ ମିଡ଼ିଆ) : ଜେଲ୍‌ର ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ କାରାରକ୍ଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ଜେଲ୍‌ ବିଭାଗ ନିର୍ଦ୍ଦେଶକ ତଥା ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ପ୍ରକାଶ କରିଛନ୍ତି ।
ଆଜି ବ୍ରହ୍ମପୁରସ୍ଥିତ ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ବ୍ୟାଚ୍‌ କାରାରକ୍ଷୀଙ୍କ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜେଲ୍‌ ବିଭାଗ ନିର୍ଦ୍ଦେଶକ ତଥା ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଯୋଗଦେଇ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜେଲ୍‌ ଗୁଡ଼ିକର ଭିତ୍ତିଭୂମି ବିକାଶ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି, ଅନ୍ତେବାସୀଙ୍କ ଦକ୍ଷତା ବିକାଶ, ସେମାନଙ୍କ ଥଇଥାନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଗତ ସହାୟତା ପାଇଁ ଲିଗାଲ୍‌ଏଡ୍‌ କ୍ଲିନିକ୍‌, କରେକ୍ସନାଲ୍‌ ସେକ୍‌ସନ୍‌ ଆଦି ବ୍ୟବସ୍ଥା ସହ ସେମାନଙ୍କୁ ଶିଳ୍ପାୟନ କ୍ଷେତ୍ରରେ ତାଲିମ, ଦକ୍ଷତା ଅଭିବୃଦ୍ଧି, ଉନ୍ନତମାନର ଭିତ୍ତିଭୂମି, ମାନସିକସ୍ତରରେ ପରିବର୍ତ୍ତନ ପାଇଁ ଯୋଗ ଆଦିର ବ୍ୟବସ୍ଥା କରାଯାଇଛି । ତେବେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇଆଣିବା ପାଇଁ କାରାରକ୍ଷୀଙ୍କ ନିଷ୍ଠା, ସାଧୁତା, ଦକ୍ଷତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି । ଟ୍ରେନିଂ ସ୍କୁଲ୍‌ ଭାରପ୍ରାପ୍ତ ଭାଇସ୍‌ ପି୍ରନ୍ସିପାଲ୍‌ ସୁଦୀପ୍ତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅବସରପ୍ରାପ୍ତ ଜେଲ୍‌ ଅଧିକ୍ଷକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ମକରଧ୍ୱଜ ହୋତା, ଅବସରପ୍ରାପ୍ତ ଜେଲ୍‌ ବିଭାଗ ଡିଆଇଜି ବଙ୍କିମଚରଣ ମହାନ୍ତି, ଧରଣୀଧର ଦାସ, ଅବସରପ୍ରାପ୍ତ ଜେଲ୍‌ ବିଭାଗ ଅଧିକାରୀ ଶୀତକୁମାର ଦାସ, ଅବସରପ୍ରାପ୍ତ ଜେଲ୍‌ ଟ୍ରେନିଂ ସ୍କୁଲ୍‌ ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱଭାନୁ ପଟ୍ଟନାୟକ, ଅବସରପ୍ରାପ୍ତ ହେଡ୍‌ ୱାର୍ଡ଼ର ବିଜୟ କୁମାର ସାହୁ, ଇନ୍‌ଷ୍ଟ୍ରକଫର୍‌ ତଥା ପୋଲିସ ହାବିଲ୍‌ଦାର୍‌ ପ୍ରତାପଚନ୍ଦ୍ର ଶତପଥୀ, ପିଟି ଇନ୍‌ଷ୍ଟ୍ରକଫର ଶୁଭକାନ୍ତ ଚୌଧୁରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ତଥା ସେବା ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଶେଷରେ ବରିଷ୍ଠ ଇନ୍‌ଷ୍ଟ୍ରକଫର୍‌ ବୀରକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

Read More...

ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page