ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ

June 30, 2019, ଓଡ଼ିଶା, , Anupambharat News Bureau


ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ   ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ
Anupambharat News Bureau
June 30, 2019

ପଟ୍ଟାମୁଣ୍ଡାଇ ୩୦ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ମୋଟର ସାଇକେଲ ଚୋରକୁ ରୋକିବା ପାଇଁ ଜିଲ୍ଲା ଏସ.ପି ନୀତିଶେଖରଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା । ଏହି ସ୍କ୍ୱାର୍ଡ ମୋଟର ସାଇକେଲ ଚୋରଙ୍କ ଉପରେ ତୀå ଦୃଷ୍ଟି ରଖିଥିଲା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ରାକେଶ ତ୍ରିପାଠୀ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ଚୋରା ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଛନ୍ତି । ଏହି ଅଭିଯାନରେ ରାଜକନିକା ଓ ଆଳି ଥାନା ଆଇଆଇସି ସହଯୋଗ କରି ଅଭିଯାନକୁ ଚୂଡାନ୍ତ ରୂପ ଦେଇଛନ୍ତି । ଆନ୍ତଃଜିଲ୍ଲା ମୋଟର ସାଇକେଲ ର୍ୟାକେଟକୁ ଠାବ କରିବା ସହ ୨୩ଟି ଚୋରା ମୋଟର ସାଇକେଲ ଜବତ କରି ୮ଜଣଙ୍କୁ କୋର୍ଟଚାଲାଣ କରିବା ପଟ୍ଟାମୁଣ୍ଡଇ ପୋଲିସ ପାଇଁ ବିରାଟ ସଫଳତା ଆଣି ଦେଇଛି । ଆଜି କେନ୍ଦ୍ରାପଡା ଏସପି ନୀତିଶେଖର ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ ଗତ ୨୬/୦୬/୨୦୧୯ରିଖରେ ଦକ୍ଷିଣଦିଆ ଗ୍ରାମ ଗୀତିକୃଷ୍ଣ ପଟ୍ଟନାୟକଙ୍କ ସିବିଜେଡ ମୋଟର ସାଇକେଲ ପଟ୍ଟାମୁଣ୍ଡାଇ ମହିଳା କଲେଜ ସମ୍ମୁଖରୁ ଚୋରି ଯାଇଥିଲା । ଏ ସଂପର୍କରେ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ସ୍ଥାନୀୟ ପୋଲିସ ଥାନା କେସ ନଂ.- ୨୨୪/୨୦୧୯ରେ ଭାରତୀୟ ପିଙ୍ଗଳକୋର୍ଡର ୩୭୯ ଦଫାରେ ମୋକଦ୍ଦମା ରୁଜୁ କରି ମୋଟର ସାଇକେଲ ଚୋର ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ନେତୃତ୍ୱରେ ଚୋରା ମୋଟର ସାଇକେଲ ଧରିବା ପାଇଁ ଜୋରଦାର ଚଢାଉ କରାଯାଇ ୨୩ଟି ଚୋରା ମୋଟର ସାଇକେଲ ଜବତ କରାଯାଇ ସପନା ମଳିକ, ଗୌରାଙ୍ଗ ମଳିକ, ପୁଟିଆ ପଣ୍ଡା, ଗଧିଆ ମଳିକ, ରnନ ମଳିକ, ଦୀପକ ନାଥ, ପ୍ରଦୀପ ମଳିକ, ସୁରେଶ ନାଥଙ୍କୁ ଗିରଫ କରାଯାଇଥିବାବେଳେ ଏହି ଚୋରା ମୋଟର ସାଇକେଲ ଚୋରି ର୍ୟାକେଟରେ ସଂପକ୍ତ ଥିବା ଅଭିଯୋଗରେ ରାଜକନିକା ପୋଲିସ ଡାଙ୍ଗୁଆ ମଳିକ ନାମକ ଯୁବକକୁ ମଧ୍ୟ ଗିରଫ କରିଛି । ପଟ୍ଟାମୁଣ୍ଡାଇ ପୋଲିସ ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଅଭିଯୁକ୍ତଙ୍କ ତଥ୍ୟକୁ ଭିତି କରି ପଟ୍ଟାମୁଣ୍ଡାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଭୂବନେଶ୍ୱର , ଭଦ୍ରକ, ଯାଜପୁର, ଚାନ୍ଦବାଲି, ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରୁ ଚୋରି ଯାଇଥିବା ୨୩ଟି ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଛି । ଏସପିଙ୍କ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀ, ରାଜକନିକା ଥାନା ଆଇଆଇସି ଜ୍ୟୋତିରnନ ସାମନ୍ତରାୟ, ଆଳି ଥାନା ଆଇଆଇସି ସଲିଲ ପ୍ରଧାନ, ପଟ୍ଟାମୁଣ୍ଡାଇ ଥାନା ସବଇନିସପେକଫର ବିଶ୍ୱଜିତ ଭୋଇ, ସବଇନିସପେକଫର ଚନ୍ଦ୍ରିକା ମହାପାତ୍ର, ସହକାରୀ ସବଇନିସପେକଫର ବିଜୟ କୁମାର ଦାସ ଓ ପବିତ୍ର କୁମାର ବେହେରା, ରାଜକନିକା ଥାନା ସବଇନିସପେକଫର ବିଜୟ ଖଟୁଆ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

Read More...

 ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା

ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page