ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

February 07, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ  କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି
Anupambharat News Bureau
February 07, 2020

ବନେଶ୍ୱର,୭ ।୨(ଅନୁପମ ମିଡିଆ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ବେଳେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି ।
ଏଥିରେ ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନକୁ ଅନୁମୋଦନ କରାଯାଇଥିବା ଜଣାଯାଇଛି । କ୍ୟାବିନେଟ୍‌ରେ ଶୁକ୍ରବାର ଅନୁକମ୍ପାମୂଳକ ସହାୟତା ଯୋଜନାରେ ଚାକିରି ନିୟମରେ ସଂଶୋଧନକୁ ବି ମଞ୍ଜୁରୀ ପ୍ରଦାନ କରାଯାଇଛି । ତାହା ଅନୁଯାୟୀ ଜଣେ ସରକାରୀ କର୍ମଚାରୀଙ୍କ ମୃତୁ୍ୟ ହୋଇ ଆର୍ଥିକ ସ୍ଥିତି ଅନୁସାରେ ଚାକିରି ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି ଦିଆଯିବା ନିଷ୍ପତ୍ତି ହୋଇଛି । ସେହିପରି ଦୁଇଟି ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ବି କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି । ସୁନ୍ଦରଗଡ଼ର ୩ଟି ବ୍ଲକରେ ସବୁ ଗାଁକୁ ପାଣି ଯୋଗାଣକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏହି ଜଳ ଯୋଗାଣ ପ୍ରକଳ୍ପ ବାବଦରେ ମୋଟ୍‌ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିମଧ୍ୟରୁ କେବଳ କୁଆଁର ମୁଣ୍ଡା ବ୍ଲକରେ ପ୍ରକଳ୍ପ ପାଇଁ ୩୪୦ କୋଟି ଖର୍ଚ୍ଚ ହେବ ଏବଂ ଏହାଦ୍ୱାରା ୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଇଛି । ଏହାସହ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି । ଓଡ଼ିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ
କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ , ସେହିମାନେ ୫ ବର୍ଷରୁ ଅଧିକ ଦୀର୍ଘ ମିଆଦି ଜରିଆରେ ଅଧିକ ଖଣିଜ ଦ୍ରବ୍ୟ ଉତ୍ତୋଳନ ହେବ । ସେହିଭଳି ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ରହିଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ ଭଳି ଦଷ୍ପ୍ରାପ୍ୟ
କଞ୍ଚାମାଲର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ କରିହେବ । ଏହାଛଡ଼ା ସଫ୍‌ଟେୱର ଟେକ୍ନୋଲୋଜି ପାର୍କ ପାଇଁ ୩ ଏକର ଯାଏଁ ପ୍ରିମିୟମ୍‌ ମାଗଣା ଓ ଷୋଡ଼ଶ ବିଧାନସଭାର ତୃତୀୟ ଅଧବେଶନକୁ ବି କ୍ୟାବିନେଟର ମଞ୍ଜୁରୀ ମିଳଥିବା ସମ୍ପର୍କରେ ବୈଠକ ଶେଷର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଦିଲ୍ଲୀ ଭୋଟ

ଆଜି ଦିଲ୍ଲୀ ଭୋଟ

Read More...

ଦୁଇ ଦିନ ବର୍ଷିବ

ଦୁଇ ଦିନ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page