ଘୁ.ଉଦୟଗିରି,୧୫ା୫(ଅନୁପମ ମିଡ଼ିଆ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୯ନଂ ୱାର୍ଡ଼ କଚେରୀ ସାହିସ୍ଥିତ ଦେବନାଥ ଦଳବେହେରାଙ୍କ ବାସଭବନରେ ଦୁଇଟି ବ୍ରହ୍ମକମଳ ଫୁଲ ଫୁଟିଥିଲା । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବେଶ୍ ଭିଡ଼ ଜମିଥିଲା । ଏହା ସାଧାରଣତଃ ଥଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଥାଏ କିନ୍ତୁ, ୪୦ଡ଼ିଗ୍ରୀ ତାପମାତ୍ରା ସତ୍ତେ୍ୱ ଏହି ଫୁଲ ଫୁଟିଥିବାରୁ ଦେଖିବାକୁ ଭିଡ଼ ଜମିଥିଲା । ପରେ ତାକୁ ପୂଜା କରି କାଳୀମନ୍ଦିରକୁ ପ୍ରଦାନ କରାଯାଇଥିଲା ।