ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

February 15, 2020, ଓଡ଼ିଶା, , Anupambharat News Bureau


ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା
Anupambharat News Bureau
February 15, 2020

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଛତିଶଗଡ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମା- ଝିଅ ହତ୍ୟା ମାମଲାରେ ସାମିଲ ରହିଥିବା ଅଭିଯୋଗରେ ଗିରଫ କରିବା ପରେ ଏହି ମାମଲାରେ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟେªାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଉଠାଇ ନେଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ କୌଣସି ଅଜଣା ସ୍ଥାନରେ ପଚରା ଉଚୁରା କରାଯାଉଛି । ଟେªାଙ୍କ ପରିବାର ପକ୍ଷରୁ ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲେ । ଏହାପରେ କବାଟ ବାଡେଇ ଡାକିଥିଲେ । ଟେªା ବାହାରକୁ ଆସିବା ପରେ ତାଙ୍କୁ ଅନୁପଙ୍କ ଡ୍ରାଇଭର କିଏ ବୋଲି ପଚାରିଥିଲେ । ଟେªା ନିଜେ ବୋଲି କହିବା ପରେ ପୋଲିସ ତାଙ୍କୁ ଗାଡ଼ିରେ ବସାଇ ନେଇ ଚାଲି ଯାଇଥିଲା । ମା- ଝିଅ ହତ୍ୟା ମାମଲାରେ ଅନୁପ ସମ୍ପୃକ୍ତି ଥିବା ସ୍ୱୀକାର ସହ ଏଥିରେ ବ୍ୟବହୃତ ଲୁହା ରଡ଼୍‌ ଡ୍ରାଇଭର କେଉଁଠି ରଖିଥିବା ସେ ଜାଣିନଥିବା କହିଥିଲେ । ଏପରିକି ଡ୍ରାଇଭର ସହ
ତାଙ୍କର ବହୁ ବର୍ଷ ହେଲା ସମ୍ପର୍କ ନଥିବା ପ୍ରକାଶ କରିଥିଲେ । ତେବେ ଅନୁପଙ୍କ ଘର ପାଖରେ ଭଡ଼ାରେ ରହୁଥିବା ବର୍ଦ୍ଧନଙ୍କୁ ପୋଲିସ ଗତ ରାତିରେ ଉଠାଇ ନେଇଥିଲା । ଡ୍ରାଇଭର ଟେªା ପୂର୍ବତନ ବିଧାୟକଙ୍କ ସହ ବହୁ ଘନିଷ୍ଠ ରହିଥିଲେ । ଏହି ମାମଲାରେ ଟେªା ଆଉ କିଛି ଅଧିକ ଖୁଲାସା କରିବା ଆଶାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

Read More...

ଆଜି କେଜିରୱାଲ୍‌ଙ୍କ ଶପଥ

ଆଜି କେଜିରୱାଲ୍‌ଙ୍କ ଶପଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page