ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

February 18, 2020, ଓଡ଼ିଶା, , Anupambharat News Bureau


ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ
Anupambharat News Bureau
February 18, 2020

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ତାହା ସମ୍ଭବ ହୋଇନାହିଁ । ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ୨୦୧୮-୨୦ ବର୍ଷରେ ତାହା ୬.୧୬ ପ୍ରତିଶତରେ ସୀମିତ ରହିଛି ବୋଲି ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ (୨୦୧୯-୨୦)ରେ ପ୍ରକାଶ ପାଇଛି । ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି ।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟରେ ବାତ୍ୟା ଯୋଗୁଁ କୃଷି ଉପିାଦନ ହ୍ରାସ ପାଇଥିବା ବେଳେ ଖଣି ରାଜସ୍ୱ ହ୍ରାସ ପାଇଛି । ଏହା ଛଡ଼ା ଶିଳ୍ପ ଉପିାଦନ ମଧ୍ୟ ହ୍ରାସ ପାଇଛି । ଏହି ତିନୋଟି କାରଣ ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଆୟ ବା ଅଭିବୃଦ୍ଧି ହାର ହ୍ରାସ ପାଇଛି । ସର୍ବୋପରି ଜାତୀୟ ଅର୍ଥନୀତି ୫ ପ୍ରତିଶକୁ ହ୍ରାସ ପାଇବା ଯୋଗୁ ଓଡ଼ିଶା ଉପରେ ତାହାର ପ୍ରଭାବ ପଡ଼ିଛି ବୋଲି ଉକ୍ତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।ସେଥିରେ ଦର୍ଶାଯାଇଛି ଯେ, ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର କିଛି ବର୍ଷ ହେଲା ଅଧିକ ହୋଇ ଆସୁଛି । ୨୦୧୫-୧୬ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮ ପ୍ରତିଶତ ହୋଇଥିବା ବେଳେ ୨୦୧୬-୧୭ ବର୍ଷରେ ୧୫.୬ ପ୍ରତିଶତ, ୨୦୧୭-୧୮ ବର୍ଷରେ ୬.୩ ପ୍ରତିଶତ, ୨୦୧୮-୧୯ ବର୍ଷରେ ୭.୯ ପ୍ରତିଶତ ହୋଇ ପାରିଥିଲା । ୨୦୧୯-୨୦ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ବି କେନ୍ଦ୍ର ହାରଠୁ ଅଧିକ ରହିଛି । ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୮-୧୯ ବର୍ଷରେ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ରାଜ୍ୟ ୬ଷ୍ଠ ଶ୍ରେଷ୍ଠ ରାଜ୍ୟ ହୋଇଛି । ୧୨.୫୮ ପ୍ରତିଶତ ଅଭିବୃଦ୍ଧି ଯୋଗୁ ପଶ୍ଚିମବଙ୍ଗ ପ୍ରଥମ ଏବଂ ୦.୭ ପ୍ରତିଶତ ଯୋଗୁ ଗୋଆ ସର୍ବଶେଷ ରାଜ୍ୟ ହୋଇଛି । ସେହିଭଳି ରିପୋର୍ଟରେ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ଏକ ଲକ୍ଷ ଏକ ହଜାର ୫୮୭ ଟଙ୍କା ହୋଇଥିବା ବେଳେ ତାହା ଗତ ୨୦୧୮-୧୯ ଆର୍ଥିକ ବର୍ଷର ମୁଣ୍ଡପିଛା ଆୟ ତୁଳନାରେ ୬.୭ ପ୍ରତିଶତ ଅଧିକ ରହିଛି ବୋଲି କୁହାଯାଇଛି । ଗତବର୍ଷ ମୁଣ୍ଡପିଛା ଆୟ ୯୫ ହଜାର ୧୬୪ ଟଙ୍କା ବୋଲି ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ (୨୦୧୯-୨୦)ରେ ପ୍ରକାଶ ପାଇଛି । ସେଥିରେ ଦର୍ଶାଯାଇଛି ଯେ, ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୨୦୧୮-୧୯ ବର୍ଷରେ ୧,୨୬,୪୦୬ ଟଙ୍କା ହୋଇଥିବା ବେଳେ ଚଳିତ ୨୦୧୯-୨୦ ବର୍ଷରେ ସେଥିରେ ୬.୮୪ ପ୍ରତିଶତ ବୃଦ୍ଧି ଘଟି ୧,୩୫,୦୫୦ ରେ ପହଞ୍ଚିଛି । ଜାତୀୟ ମୁଣ୍ଡପିଛା
ଆୟଠାରୁ ୧୦ଟି ରାଜ୍ୟର ମୁଣ୍ଡପିଛା ଆୟ ଅଧିକ ହୋଇଥିଲା ବେଳେ ଓଡ଼ିଶା ପଛରେ ଅଛି । ମୁଣ୍ଡପିଛା ଆୟ କ୍ଷେତ୍ରରେ ହରିୟାଣା ସବୁଠାରୁ ଆଗରେ ଅଛି । ସେଠାରେ ମୁଣ୍ଡପିଛା ଆୟ ୨ ଲକ୍ଷ ୨୬ ହଜାର ୬୪୪ ଟଙ୍କା । ସାମଗ୍ରିକ ଭାବେ କୁହାଯାଉଛି ଯେ, ୨୦୧୧-୧୨ ବର୍ଷ ପରଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମୁଣ୍ଡପିଛା ଆୟ ବଢ଼ି ବଢ଼ି ଚାଲିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୋକାନୀଙ୍କୁ ହତ୍ୟା

ଦୋକାନୀଙ୍କୁ ହତ୍ୟା

Read More...

ବଢୁଛି ତାପମାତ୍ରା

ବଢୁଛି ତାପମାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page