ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

February 20, 2020, ଦେଶ, , Anupambharat News Bureau


ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ
Anupambharat News Bureau
February 20, 2020

ଚେନ୍ନାଇ, ୨୦ା୨: ତାମିଲନାଡୁର ତିରୁପୁପୁର ନଗରୀ ନିକଟସ୍ଥସ୍‌ ଅବିନାସୀ ଠାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୨୦ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୩ରୁ ଊର୍ଦ୍ଧ୍ୱ ବସ୍‌ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ପଟରେ ଏକ ମାଲ ବୋଝେଇ ଟ୍ରକ୍‌ କେରଳ ଯାଉଥିବା ବେଳେ ତାହା ବିପରୀତ ଦିଗରେ ସାଲେନରୁ ଆସୁଥିବା କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଡଲକ୍ସ ବସ୍‌ ଉକ୍ତ ଟ୍ରକ୍‌ ସହିତ ଧMା ହୋଇଥିଲା । ଉଭୟ ଯାନ ଦ୍ରୁତ ଗତିରେ ଥିବା ଯୋଗୁଁ ଦୁର୍ଘଟଣାରେ ବସ୍‌ଟି ଯେପରି ଚୁରମାର୍‌ ହୋଇଯାଇଛି ଏଥିରୁ ନିଶ୍ଚିତ ଅନୁମାନ କରାଯାଏ ଯେ ବସ୍‌ର ବେଗ ସ୍ୱାଭାବିକ ନଥିଲା । ଟାଇଲ ବୋଝେଇ ହୋଇ ଏକ ବୃହତ୍ତକାୟ କଣ୍ଟେନର ଟ୍ରକ୍‌ କେରଳରୁ ଯାଉଥିବା ବେଳେ ବସ୍‌ଟି ସାଲେମ୍‌ ନଗରୀରୁ ଯାତ୍ରା ଆରମ୍ଭ କରି ଏହା ଏର୍ଣ୍ଣାକୁଲମ୍‌ ଯାଉଥିବା ତେବେ ଉଭୟ ଯାନ ମୁହାଁମୁହିଁ ଧMା ଘଟିଥିଲା ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଘଟଣାସ୍ଥଳରୁ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ମୃତକଙ୍କୁ ଉଦ୍ଧାର କରାଯାଇ ତାହା ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏହି ଘଟଣାରେ ଗୁରୁତରଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସାମାନ୍ୟ ଆହତଙ୍କୁ ଚିକିତ୍ସା ପରେ ନିଜ
ନିଜର ଗ୍ରାମକୁ ପଠାଇ ଦିଆଯାଇଛି । ମୃତକ ମାନେ ସମସ୍ତେ କେରଳର ବାସିନ୍ଦା ହୋଇଥିବା ବେଳେ ମାତ୍ର ଜଣକ ପରିଚୟ ସ୍ପଷ୍ଟ ଜଣାପଡ଼ିଛି । ତ୍ରିପୁପୁର ଜିଲ୍ଲା ପ୍ରଶାସନ ହେଲଫ୍‌ ଲାଇନ୍‌ ଆରମ୍ଭ କରି ଯାତ୍ରୀଙ୍କ ସମ୍ପର୍କୀୟ ମାନଙ୍କୁ ଯୋଗଯୋଗ କରିବା ପାଇଁ କୁହାଯାଇଛି । ପଡ଼ୋଶୀ ରାଜ୍ୟର ଦୁଇମନ୍ତ୍ରୀ ଏବଂ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସେ ତୁରନ୍ତ ଆହତଙ୍କ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଦାପାଡ଼ି କେ. ପାଲାନୀ ସ୍ୱାମୀ ଏହି ଦୁର୍ଘଟଣା ଯୋଗୁଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

Read More...

ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page