ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

February 25, 2020, ଓଡ଼ିଶା, , Anupambharat News Bureau


 ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼
Anupambharat News Bureau
February 25, 2020

କୁକୁଡ଼ାଖଣ୍ଡି,୨୫ା୨ (ଅନୁପମ ମିଡ଼ିଆ): ସଦର ଥାନା ସ୍ଥିତ ହୁଗୁଳାପଟା ସରପଞ୍ଚ ପ୍ରଦୀପ କୁମାର ମଲଣାଙ୍କ ଘର ଆଗରେ ବୋମା ମାଡ଼ ଏବଂ ହତ୍ୟା ଧମକ ନେଇ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ଘଟଣାର ୨୪ ଘଣ୍ଟା ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି ।
ଅନ୍ୟପକ୍ଷେ ସରପଞ୍ଚ ଏବଂ ତାଙ୍କ ପରିବାର ଲୋକେ ଏହି ଘଟଣାରେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣା ନେଇ ସରପଞ୍ଚ ପ୍ରଦୀପ ଥାନାରେ କରିଥିବା ଅଭିଯୋଗ ପ୍ରକାରେ ସୋମବାର ସେ ଏବଂ ତାଙ୍କ ପରିବାର ବାଲାଜିପଲ୍ଳୀ ସ୍ଥିତ ତାଙ୍କ ଘରେ ଥିଲେ । ଏହି ସମୟରେ ହତ୍ୟା ମାମଲାରେ ସଜ୍ଜା କାଟି ଫେରିଥିବା ଉକ୍ତ ଗ୍ରାମର ଗଙ୍ଗାଧର ଦାସ ଏକ ଖଣ୍ଡା ଧରି ତାଙ୍କ ଘର ଆଗରେ ପହଞ୍ଚି ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ ସହ ପଦାକୁ ଆସିଲେ ହତ୍ୟା କରିବାକୁ ଧମକ ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଥିଲା । ଏହାପରେ ଯିବା ପୂର୍ବରୁ ତାଙ୍କ ପିଣ୍ଡାରେ ତିନୋଟି ବୋମା ମାଡ଼ କରିଥିଲା । ଏହି ସମୟରେ ସରପଞ୍ଚ, ତାଙ୍କ ପତ୍ନୀ, ପୁଅ ଏବଂ ବୋହୂ ଘରେ ଥିଲେ ସୁଦ୍ଧା ଭୟରେ ପଦାକୁ ଆସିନଥିଲେ । ଘଟଣା ନେଇ ସଦର ଥାନାକୁ ସୂଚନା ମିଳିବା ପରେ ପୋଲିସ ପହଞ୍ଚିଥିଲା । ଏହାପରେ ସରପଞ୍ଚ ପ୍ରଦୀପ ଘଟଣା ନେଇ ପୋଲିସକୁ କହିବା ସହ ଏମର୍ମରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଙ୍ଗାଧରକୁ ଖୋଜୁଥିବା ବେଳେ ସେ ଫେରାର ଥିବା କୁହାଯାଇଛି । ପ୍ରକାଶଥାଉକି ୧୯୯୫ରେ ଅଭିଯୁକ୍ତ ଗଙ୍ଗାଧର ଦାସ ଏବଂ ତାର ଦାଦାପୁଅ ଭାଇ ରମେଶ ଦାସ ମିଶି ଜମିଜମା ଏବଂ ଦାଦାବଟିକୁ କେନ୍ଦ୍ର କରି ପ୍ରଦୀପଙ୍କ ଭାଇ ଅନୁପଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ଉଭୟ ଆଜୀବନ ସଜ୍ଜା(୨୫ ବର୍ଷ) ପରେ ଜେଲ୍‌ରୁ ଗତ
ଏକ ବର୍ଷ ହେଲା ମୁକୁଳିଛନ୍ତି । ତେବେ ଗତ ଛ’ମାସ ହେବ ଗଙ୍ଗାଧର ପୁଣି ବାଲାଜିପଲ୍ଳୀରେ ରହି ଆସୁଥିଲା । ଗତ କିଛି ଦିନ ହେଲା ସଦର ଥାନା ଇଲାକାରେ ଆଇନଶୃଙ୍ଖଳା ସ୍ଥିତି ବିଗାଡ଼ିବାରେ ଲାଗିଛି । ଦିବାଲୋକରେ ଛିନତାଇ ଘଟଣାରେ ପୋଲିସର ହାତ ଖାଲିଥିବା ବେଳେ ଜଣେ ଜନପ୍ରତିନିଧିଙ୍କ ଘର ଆଗରେ ବୋମା ମାଡ଼ ସଦର ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

Read More...

ରାଜ୍ୟସଭା ରେସ : ରାଜନୀତି ସରଗରମ

ରାଜ୍ୟସଭା ରେସ : ରାଜନୀତି ସରଗରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page