ଭୁବନେଶ୍ୱର,ଓଡ଼ିଶା ପାଇଁ ଏକ ବଡ଼ ଆଶ୍ୱସ୍ତ ହୋଇଛି । କରୋନା ସଂକ୍ରମଣରେ ଗତ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ ବ୍ୟକ୍ତି ଭାବେ ସେ ଏହି ରୋଗରେ ସଂକ୍ରମଣ ହୋଇଥିବା କୁହାଯାଇଥିଲା । ଦୀର୍ଘ ଦିନ ଧରି ସେ ଏମ୍ସରେ ଚିକିତ୍ସା ପରେ ଆଜି ତାଙ୍କ ନମୁନା ନେଗଟିଭ ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ବୁଧବାର ରାତିରେ ସୂଚିତ କରାଯାଇଛି । ଅନ୍ୟପକ୍ଷେ ନୂଆଦିଲ୍ଲୀର ତାବଲିଗ ବାଗ ଜମାତରେ ଯୋଗଦେଇ ଓଡ଼ିଶା ଫେରିଥିବା ସମସ୍ତ ୨୦ ଜଣଙ୍କୁ ଠାବ୍ କରାଯାଇଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ଜଣେ ସଂକ୍ରମଣ ସୁସ୍ଥ ହୋଇଥିବାରୁ ବର୍ତ୍ତମାନ ପଜିଟିଭ ସଂଖ୍ୟା ପୁଣି ତିନିକୁ ଖସିଛି ।
ରୋଗୀଙ୍କୁ ଘୃଣା କର;ୁ ନାହିଁ
Read More...