ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

April 04, 2020, ଦେଶ, , Anupambharat News Bureau


ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ
Anupambharat News Bureau
April 04, 2020

ନୂଆଦିଲ୍ଲୀ, ସମଗ୍ର ବିଶ୍ୱକୁ ସଂକ୍ରମଣର କାୟା ବିସ୍ତାର କରିଥିବା କରୋନା ଭୂତାଣୁ କ୍ରମେ ଭୟଙ୍କର ରୂପ ଧାରଣ କରିଛି । ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରମାନଙ୍କୁ ବ୍ୟାପି ଯାଇଛି । ଆମେରିକାରେ ଗୋଟିଏ ଦିନରେ କରୋନାରେ ୧୪୮୦ଜଣଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଆମେରିକାରେ କରୋନା ରୋଗରେ ୭୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଇତିମଧ୍ୟରେ ଭାରତରେ ମଧ୍ୟ ଏହାର ବ୍ୟାପକତା ତୀବ୍ରତର ହୋଇଛି । ଶନିବାର ଅପରାହ୍ନ ସୁଦ୍ଧା ପ୍ରାପ୍ତ ସୂଚନା ମୁତାବକ ଭାରତରେ ଏହି କରୋନା ଭୂତାଣୁରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ସୂଚନାଯେ, ଭାରତରେ ଗୋଟିଏ ଦିନରେ ହିଁ ଅର୍ଥାତ୍‌ ଶନିବାର ୬୦୧ ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଫଳରେ ଦେଶରେ ୩୦୭୨ ସଂଖ୍ୟକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ଅତ୍ୟନ୍ତ ଅଶ୍ଚର୍ଯ୍ୟଜନକ ଯେ ବହୁ ହଜାର ଲୋକ ନୂଆଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତାବ୍‌ଲିଗ୍‌ ଜମାତ୍‌ରେ ଯେଉଁ ଧାର୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏହା କରୋନା ବ୍ୟାପକତାର ମୁଖ୍ୟ କାରଣ ପାଲଟିଛି । ଯେଉଁ ଲୋକମାନେ ଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ତାଲିକରେ ଆସୁଛନ୍ତି, ସେମାନେ ଉକ୍ତ ଇସ୍‌ଲାମ୍‌ ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ଜଣାପଡିଛି । ଏବଂ ସେମାନଙ୍କ ଦେହରେ ହିଁ ଏହି କୋଭିଡ଼୍‌-୧୯ କରୋନା ଭୂତାଣୁର ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମଗ୍ର ବିଶ୍ୱରେ ମୃତକଙ୍କ ସଂଖ୍ୟା ୬୦ ହଜାର ପାଖାପାଖି ପହଞ୍ଚି ସାରିଛି । ଭାରତ ବର୍ଷରେ ସମସ୍ତ ରାଜ୍ୟରେ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଯାହାକି ୨୧ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହା ବ୍ୟତୀତ କେତେକ ଅଞ୍ଚଳରେ ଆକ୍ରାନ୍ତ ପ୍ରବଣ ବା ଅଧିକ ସଂକ୍ରମଣର ଆଶଙ୍କ ଥିବା ଯୋଗୁଁ ଲକ୍‌ଡ଼ାଉନ୍‌କୁ ସଟ୍‌ ଡ଼ାଉନ୍‌ରେ ପରିଣତ କରାଯାଇଛି । ମୁଖ୍ୟତଃ ଓଡ଼ିଶାରେ ୪୮ ଘଣ୍ଟିଆ ସଟ୍‌ଡ଼ାଉନ୍‌ କେତେକ ନଗରୀରେ ସମ୍ପୂର୍ଣ୍ଣ ଘୋଷଣା କରାଯାଇଛି । ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଯେଉଁ ସୂଚନା ମିଳିଥିଲା । ଏଥିରେ ନିଜାମୁଦ୍ଦିନ ସମ୍ମିଳନୀ ସଂପର୍କିତ ବ୍ୟକ୍ତିଙ୍କ ମଧ୍ୟରୁ ୨୯୦୨ ଚିହ୍ନଟ ମଧ୍ୟରୁ ୧୦୪୩ କେବଳ ନିଜାମୁଦ୍ଦିନ ସହ ଜଡ଼ିତ ଥିବା ଜଣାପଡିଛି । ଯାହାକୁ ନେଇ ଦେଶବ୍ୟାପି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ଇତି ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୯୦ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୨୬ଜଣ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାପରେ ଦ୍ୱିତୀୟରେ ରହିଛି ତାମିଲ୍‌ନାଡ଼ୁ ଯେଉଁଠାରେ ଗୋଟିଏ ଦିନରେ ୧୦୦ ବ୍ୟକ୍ତିଙ୍କ ନିକଟରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଇତିମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୩କୁ ସ୍ପର୍ଶ କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । କେରଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟ ୩୦୦ ଟପି ଯାଇଛି । ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩ ଅତିକ୍ରମ କରିଥିବା ବେଳେ ଉତ୍ତରପ୍ରଦେଶରେ ୧୭୬କୁ ସ୍ପର୍ଶ କରିଛି । ଆନ୍ଧ୍ରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟ ୧୯୦ ହୋଇଥିବା ବେଳେ ତେଲେଙ୍ଗାନାରେ ପଜିଟିଭ୍‌ ସଂଖ୍ୟା ୧୬୦କୁ ପହଞ୍ଚି ଯାଇଛି । ଭାରତବର୍ଷରେ ମାତ୍ର କିଛି ଦିନରେ ଦ୍ରୁତ ଗତିରେ କରୋନା ବ୍ୟାପିଥିବା ଜଣାପଡିଛି । ତେବେ ଗତ ଦୁଇ ଦିନ ମଧ୍ୟରେ ଏହା ଅଧିକ ପରିମାଣରେ ବୃଦ୍ଧି ପାଇଥିବା ଦେଖାଦେଇଛି । ଦିଲ୍ଲୀ ନଗରୀରେ ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ୧୦୮ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ଯୋଗୁଁ ସେମାନଙ୍କୁ ମଧ୍ୟ କ୍ୱରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ଉକ୍ତ କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ଗୋଟିଏ ଦିନରେ ୧୪୮୦କୁ ପହଞ୍ଚିଯାଇଛି । ଇତମଧ୍ୟରେ ଆମେରିକାରେ ହିଁ କରୋନା ରୋଗରେ ୭୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ସମଗ୍ର ବିଶ୍ୱରେ ଏକ ବୃହତ ରାଷ୍ଟ୍ର ଭାବେ ପରିଗଣିତ ଆମେରିକାରେ ହିଁ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ପଜିଟିଭ୍‌ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଯଦିଓ ୬୦ ହଜାର ୮୮୫ ଲୋକଙ୍କ ଏହି କରୋନା ରୋଗରେ ପ୍ରାଣହାନୀ ଘଟିଛି । ଆଜି ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୧୧ ଲକ୍ଷ ୩୯ ହଜାର ୨୧୭କୁ ସ୍ପର୍ଶ କରିଛି । ଅବଶ୍ୟ ୨,୩୩,୮୨୩ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଭାରତବର୍ଷରେ ଭୟଙ୍କର କରୋନା ସଂକ୍ରମଶ ତୀବ୍ର ବେଗରେ ଜାରି ରହିଛି । ଏହାର ବ୍ୟାପକତାକୁ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତାବ୍‌ଲିଗ୍‌ ଜମାତ୍‌ ମସ୍‌ଜିଦ ଅଧିକ ତୀବ୍ରତର କରାଇଦେଇଛି । ଏକାସାଙ୍ଗରେ ହଜାର ହଜାର ଲୋକ ଏକତ୍ରିତ ହୋଇ ଯେଉଁ ସମ୍ମିଳନୀ କରିଥିଲେ ଏଥିରୁ କୋଭିଡ଼୍‌-୧୯ ବ୍ୟାପି ଚାଲିଛି । ଇତିମଧ୍ୟରେ ଏହି ସମ୍ମିଳନୀରେ ଯୋଗଦେଇଥିବା ସଦସ୍ୟମାନଙ୍କୁ ଖୋଜି ବାହାରକରାଯାଇଛି । ଏଥିରେ ୧୭ଟି ରାଜ୍ୟକୁ କରୋନା ବ୍ୟାପି ଥିବା ଆଶଙ୍କା ବୃଦ୍ଧି ପାଇଛି । ଆମେରିକାର ଆର୍ଥିକ ସ୍ଥିତି ଗତ ୧୪ ଦିନ ମଧ୍ୟରେ ଅତ୍ୟନ୍ତ ଦୁର୍ବଳଜନକ ସ୍ଥିତିରେ ପହଞ୍ଚିଛି । ମାର୍ଚ୍ଚ ମାସର ପ୍ରଥମ ଦୁଇ ସପ୍ତାହରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ହ୍ରାସ କରାଯାଇଛି ବୋଲି ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଜଣାଯାଇଛି । ମୁଖ୍ୟତଃ ବିଭିନ୍ନ ରେଷ୍ଟìରାଣ୍ଟ୍‌ ଓ ବାର୍‌ ମାନଙ୍କରେ ବହୁ ବ୍ୟକ୍ତି ଚାକିରୀ ହରାଇଛନ୍ତି । ଏହାବ୍ୟତୀତ ଖୁଚୁରା ବ୍ୟବସାୟୀ କର୍ମଚାରୀ ସଂଖ୍ୟା ମଧ୍ୟ ଆମେରିକାର ହ୍ରାସ ପାଇଛି । କରୋନା ବିପତ୍ତି ଯୋଗୁଁ ପ୍ରାୟ ୬.୬ ମିଲିୟନ କର୍ମଚାରୀ ସେମାନଙ୍କର ନିଯୁକ୍ତି ହରାଇଥିବା ସଂପର୍କରେ ଆମେରିକା ଶ୍ରମ ବିଭାଗ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

Read More...

ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page