ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

April 06, 2020, ଓଡ଼ିଶା, , Anupambharat News Bureau


ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା
Anupambharat News Bureau
April 06, 2020

ଭୁବନେଶ୍ୱର, ୬ା୪(ଅନୁପମମିଡ଼ିଆ): ରାଜ୍ୟରେ ସୋମବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ୩୨ ବର୍ଷିୟ ଯୁବକଙ୍କ ଘର କେନ୍ଦ୍ରପଡ଼ାରେ ଏବଂ ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଆସିଥିବା ଆଜି ରାତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଏଥିସହିତ କେନ୍ଦ୍ରପଡ଼ାରେ ଏହା ପ୍ରଥମ ଘଟଣା ହୋଇଛି । କୋଭିଡ୍‌ ୧୯ ସଂକ୍ରମଣ ଆଶଙ୍କାରେ ସୋମବାର ଓଡିଶାରେ ୧,୮୮୯ଟି ନମୂନା ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ୪୦ ଟି ରିପୋର୍ଟ ପଜିଟିଭ୍‌ ରହିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩୮ ଟି ଆକଫିଭ୍‌ କେସ୍‌ ରହିଛି । ଭୁବନେଶ୍ୱରରେ ସର୍ବାଧିକ ୩୧ ଟି ପଜିଟିଭ୍‌ ରହିଥିବା ବେଳେ ଭଦ୍ରକରେ ୩ଟି , କଟକ , ପୁରୀ , କଳାହାଣ୍ଡି ଓ ଯାଜପୁର ଏବଂ କେନ୍ଦ୍ରପଡ଼ାରେ ରେ ଜଣେ ଲେଖାଏଁ ପଜିଟିଭ୍‌ ରହିଛନ୍ତି । ସେହିପରି ୮୭ଜଣ ସନ୍ଦିଗ›ଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ରାଜ୍ୟ ସରକାରଙ୍କ କୋଭିଡ୍‌ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍‌)ଦ୍ୱାରା ଓଡ଼ିଶା ସରକାରଙ୍କୁ ପ୍ରଦତ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶା ରାଜ୍ୟ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଅର୍ଥାତ୍‌ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିନାହିଁ । ଏପର୍ଯ୍ୟନ୍ତ ମିଳିଥିବା କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ବ୍ୟକ୍ତିବିଶେଷଙ୍କର ବାହାରକୁ ଗସ୍ତ ସମ୍ବନ୍ଧୀୟ ଇତିହାସ ରହିଛି ବା ସେମାନେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି । ଅବଶ୍ୟ ଭୁବନେଶ୍ୱରର କେତେକ ନିର୍ଦ୍ଦିଷ୍ଟ କ୍ଲଷ୍ଟରରେ ସ୍ଥାନୀୟ ସଂକ୍ରମଣ ହୋଇଛି । କରୋନା ସଂକ୍ରମଣ ପ୍ରବଣ ଅଂଚଳ ଭାବେ ଚିହ୍ନିତ ହୋଇଥିବା ସ୍ଥାନଗୁଡ଼ିକରେ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

Read More...

ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page