ଆଜିଠୁ ମାସ୍କ ବାଧ୍ୟତାମୂଳକ

April 08, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ମାସ୍କ ବାଧ୍ୟତାମୂଳକ
Anupambharat News Bureau
April 08, 2020

ଭୁବନେଶ୍ୱର, ୮ ।୪ (ଅନୁପମ ମିଡ଼ିଆ): ଆସନ୍ତାକାଲି (ଗୁରୁବାର) ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୯ ତାରିଖ ସକାଳ ୭ଟାରୁ ଘର ବାହାରକୁ ବାହାରିଲେ ମାସ୍କ ବ୍ୟବହାରକୁ କଡାକଡି କରାଯିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜନସାଧାରଣ ଚାହିଁଲେ ବଜାରରେ ମିଳୁଥିବା ମାସ୍କ ବଦଳରେ ଘର ତିଆରି ମାସ୍କ ବ୍ୟବହାର କରିପାରିବେ । ଏହାକୁ ଲୁଣ ପକା ଗରମ ପାଣିରେ କିଛି ସମୟ ଫୁଟାଇ ବିଶୋଧନ କରି ଖରାରେ ଭଲ ଭାବେ ଶୁଖାଇ ବ୍ୟବହାର କରିହେବ । ସେହିପରି ବାହାରୁ ଫେରିବା ପରେ ମାସ୍କକୁ ସାବୁନ୍‌ ପାଣିରେ ସଫା କରି ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିପାରିବେ । ତେବେ ୨ ବର୍ଷରୁ କମ୍‌ ପିଲା , ଶ୍ୱାସ ରୋଗରେ ପିଡିତ ତଥା ଅଚେତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧା;ୁ ନାହିଁ । ମାସ୍କ ବ୍ୟବହାର ନକରିପାରିଲେ ରୁମାଲ୍‌ ,ଗାମୁଛା ବା ଶାଢୀ କାନି ଘୋଡାଇ ବାହାରକୁ ବାହାରିପାରିବେ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର,  ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର, ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

Read More...

ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page