ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ । ତେଣୁ କେହି ସେଠାକୁ ଯାଇଥିଲେ ୧୦୪କୁ ଫୋନ୍ କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରୁହ;ୁ ବିଏମସି ପକ୍ଷରୁ ନିବେଦନ କରାଯାଇଛି ।ସୂଚନା ଅନୁଯାୟୀ, ବୁଧବାର ଭୁବନେଶ୍ୱର ସତ୍ୟନଗରକୁ କ୍ୱାରେଣ୍ଟାଇନ ଜୋନ୍ ଭାବେ ଘୋଷଣା କରାଯାଇଛି ।