ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ, କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ

May 16, 2019, ଦେଶ, , Anupambharat News Bureau


ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ,  କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ
Anupambharat News Bureau
May 16, 2019

କୋଲାକାତା,୧୫ା୫: ଚଳିତ ବର୍ଷର ସାଧାରଣ ନିର୍ବାଚନରେ ନିର୍ବାଚନୀ ହିସାଂକୁ ନେଇ ପ୍ରଥମରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିବା ପଶ୍ଚିମ ବଙ୍ଗରେ ଆଜି ପର୍ଯ୍ୟନ୍ତ ଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରି ନାହିଁ । ଲୋକସଭା ନିର୍ବାଚନର ୭ ଟି ପର୍ଯ୍ୟାୟର ଶେଷ ପର୍ଯ୍ୟାୟ ନିର୍ବାଚନ ୧୯ ତାରିଖରେ ପରିଚାଳିତ ହେବାକୁ ଯାଉଛି । ଆଉ ମାତ୍ର ଗୋଟିଏ ଦିନ ପ୍ରଚାର ଜାରି ରହିବ । ଶେଷ ମୁହୁର୍ତ୍ତରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପକ୍ଷରୁ ଏକ ର୍ୟାଲିର ଆୟୋଜନ କରାଯାଇଥିଲା ବେଳେ ଆଜି ହଠାତ କେତେକ ବିରୋଧୀ ଗୋଷ୍ଠୀର କର୍ମୀ ମାନେ ତାଙ୍କ ର୍ୟାଲି ହେବାକୁ ଥିବା ମଞ୍ଚକୁ ଭାଙ୍ଗିଦେଇଛନ୍ତି ।
ଏହି ବିଶାଳ ମହାସମାବେଶର ସମସ୍ତ ସାଜସଜ୍ଜା କରୁଥିବା ଡେକରେଟରକୁ ଆଜି କୋଲକାତାରେ କେତେକ ଦୁର୍ବୃତ୍ତ ନିଦ୍ଧୁମ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି । ଏ ସମ୍ପର୍କରେ ବିଜେପି ପକ୍ଷରୁ ଯୋଗୀଙ୍କ ର୍ୟାଲିକୁ ଆଜି ଅପରାହ୍ନ ହିଁ ବାତିଲ ଘୋଷଣା କରାଯାଇଛି ।
କୋଲକାତା ନଗରୀର ଫୁଲବାଗାନ ଅଞ୍ଚଳର ବିଟି ରୋଡ ଠାରେ ଏକ ସାଧାରଣ ସଭାର ଆୟୋଜନ ହେବାର ଥିଲା । ଆଦିତ୍ୟନାଥ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରର୍ଗଣା ଜିଲ୍ଲାର ହାବରା, ଉତ୍ତର କୋଲକାତାର ଫୁଲବାଗାନ ଗେଟ ଓ ଦକ୍ଷିଣ କୋଲକାତାର ବେହଲାଠାରେ ର୍ୟାଲି କରିଥିଲେ ।
ତେବେ ଫୁଲବାଗାନ ର୍ୟାଲିକୁ ବାତିଲ କରାଯାଇଛି । ଏଥି ମଧ୍ୟରେ ଶାହାଙ୍କ ରୋଡ ସୋରେ ହିଂସା ଘଟଣାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ରାଜନୈତିକ ସଂର୍ଘଷ ସମ୍ପର୍କରେ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗର ଦୃଷ୍ଟି ଆକର୍ଷଣ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

Read More...

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌,  ମାଗଣାରେ ମିଳିବ ଚାଉଳ, କିରୋସିନ

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌, ମାଗଣାରେ ମିଳିବ ଚାଉଳ, କିରୋସିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page