ଢ଼େଙ୍କାନାଳରେ ପ୍ରଥମ ପଜିଟିଭ ଚିହ୍ନଟ

April 09, 2020, ଓଡ଼ିଶା, , Anupambharat News Bureau


ଢ଼େଙ୍କାନାଳରେ  ପ୍ରଥମ ପଜିଟିଭ ଚିହ୍ନଟ
Anupambharat News Bureau
April 09, 2020

ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୁରୁବାର ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନା ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମେଦିନୀପୁର ଆମ୍ବୁଲାନ୍ସରେ ଆସି ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷୀୟ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଥିବା ନେଇ ସ୍ପଷ୍ଟ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦୁଇ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଆସିଥିବା ୪୪ ତମ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତ ୬୯ ବର୍ଷୀୟ ବ୍ୟକ୍ତି ଜଣକ ମେଦିନିପୁର ଅଞ୍ଚଳରୁ ଏକ ଆମ୍ବୁଲାନ୍ସରେ ଗତ ୭ ତାରିଖରେ ଓଡ଼ିଶା ଆସିଥିଲେ । ତେବେ ରାସ୍ତାରେ ବାଲେଶ୍ୱର ବାଇପାସ୍‌ରେ ଥିବା ଚା’ ଷ୍ଟଲରେ ସେ ଅଟକିଥିଲେ । ୮ ତାରିଖ ସକାଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୯ ତାରିଖରେ ତାଙ୍କୁ କିମ୍ସ କୋଭିଡ଼-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି । ଅନ୍ୟ ଜଣେ ୫୧ ବର୍ଷୀୟା ମହିଳା ଢେଙ୍କାନାଳ ଜିଲ୍ଲାର । ଆକ୍ରାନ୍ତଙ୍କ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳ ଭୂପେଶ ଚନ୍ଦ୍ର ବେହେରା କହିଛନ୍ତି ଯେ, ମହିଳା ଜଣକ ବାହାରକୁ ଯାଇନଥିଲେ । କି;ୁ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ତାଙ୍କ ସାମ୍ପୁଲ ଟେଷ୍ଟ ପରେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ‘କରୋନା’ ଆକ୍ରାନ୍ତ ମହିଳାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ଅନ୍ୟ ଲୋକଙ୍କ କଣ୍ଟାକଫ ଟ୍ରେସିଂ ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କରୋନା ସଂକ୍ରମଣ ଆଶଙ୍କାରେ ଆଜି ୧୨ ଟା ସୁଦ୍ଧା ରାଜ୍ୟରେ ୨୮୪୧ ଟି ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ହେଉଛି ୪୪ । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ
ଘରକୁ ଫେରଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଛି ।
ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୧ । ସେହିପରି ବିଭିନ୍ନ ହସ୍ପିଟାଲରେ ୧୦୬ ଜଣ ସନ୍ଦିଗ›ଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ୧୯ ଆଜି ଚିହ୍ନିତ ହୋଇଥିବା ଦୁଇ ଜଣ କୋଭିଡ୍‌-୧୯ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ଓ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

Read More...

ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page