ଭୁବନେଶ୍ୱର , ୧୪ା୪ (ଅନୁପମମିଡ଼ିଆ): ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ପରିବର୍ତ୍ତନ କରାଯାଇଛି । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ମିଳିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଶିକ୍ଷା ବର୍ଷ ୨୦୨୦-୨୧ରେ ନୂତନ ମୁଦ୍ରିତ ପୁସ୍ତକ ପଢିବେ । ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟି ବିଷୟ ବଦଳିଛି । ଲକଡାଉନ ଥିବାରୁ ବହି ବିକ୍ରୟ ହୋଇପାରି ନାହିଁ । ଲକଡାଉନ ପରେ ବହି ବିକ୍ରି ଆରମ୍ଭ ହେବ । ଦୀର୍ଘ ବର୍ଷ ପରେ ଦଶମ ପାଠ୍ୟପୁସ୍ତକ ବଦଳି ଥିବା ଜଣାପଡିଛି । ତେବେ ବର୍ତ୍ତମାନ ଲକ୍ଡ଼ାଉନ୍ ଜାରି ରହିଥିବାରୁ ନୂଆ ପାଠ୍ୟପୁସ୍ତକ ମିଳିବନି ବୋଲି କୁହାଯାଇଛି ।