କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

April 19, 2020, ଓଡ଼ିଶା, , Anupambharat News Bureau


କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା
Anupambharat News Bureau
April 19, 2020

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଆସନ୍ତାକାଲି ଠାରୁ କୃଷିକାର୍ଯ୍ୟକୁ ଖୁବ୍‌ ସାବଧାନତାର ସହ ଆରମ୍ଭ କରାଯାଉଛି । କି;ୁ କଟକ ଓ ଭୁବନେଶ୍ୱରରେ କଟକଣା ପୂର୍ବଭଳି ଜାରି ରହିବ । ସେଥି ପାଇଁ ଲୋକେ ଦୟାକରି ଘରେ ରୁହ;ୁ ।
ଲୋକେ ନିରାପଦରେ ରୁହ;ୁ ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ୍‌ କରି କହିଛନ୍ତି । ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଟୁଇଟ୍‌ କରି କୁହାଯାଇଛି ଯେ ପକ୍ଷରୁ କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଉଛି । ପରିସ୍ଥିତିର ପରବର୍ତ୍ତୀ ସମୀକ୍ଷା ହେବା ଯାଏଁ ଏହି କଟକଣା ଜାରି ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରାଯାଇଛି । ଗତ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଲକଡାଉନ କଟକଣା ଭୁବନେଶ୍ୱରରେ ଜାରି ରହିବ । ପରବର୍ତ୍ତୀ ଆଦେଶ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି କହିଛନ୍ତି ପୋଲିସ କମିସନର । ତେଣୁ ରାଜଧାନୀବାସୀ ଆସନ୍ତାକାଲିଠାରୁ କିଛି ପରିବର୍ତ୍ତନ ଆଶା କର;ୁ ନାହିଁ । ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ, ସେମାନେ ସହଯୋଗ କର;ୁ ବୋଲି ପୋଲିସ୍‌ କମିସନର ସୁଧାଂଶୁ ଷଡଙ୍ଗୀ ଟୁଇଟରରେ ଉଲ୍ଲେଖ କରିଛନ୍ତି । ସେହିଭଳି ଗତ ତିନି ଦିନ ଭିତରେ ରାଜଧାନୀରେ ୨୫ଶହ ନମୁନା ସଂଗ୍ରହ ହୋଇଛି । ମାତ୍ର ତିନି ଦିନରେ ଏତେ ସଂଖ୍ୟାରେ ନମୁନା ସଂଗ୍ରହ ହୋଇ ପାରିଥିବାରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଥି ସହିତ ସେ ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହାଛଡା ପୂଜା କମିଟି, ଘରୋଇ କ୍ଲିନିକ୍‌ ଓ ହସ୍ପିଟାଲଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ସାତ ଦିନ ମଧ୍ୟରେ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ ଘୋଷଣା କରିଥିବା ବେଳେ ଭୁବନେଶ୍ୱରରେ ବହୁ ସଂଖ୍ୟାରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ବହୁ ସଂଖ୍ୟାରେ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ରାପିଡ ଟେଷ୍ଟ କରାଯାଉଛି । ଅଧିକରୁ ଅଧିକ ଲୋକଙ୍କ ନମୁନା ସଂଗ୍ରହ କରିବାକୁ ୧୩ଟି ଟିମ୍‌ ଗଠନ ହୋଇଛି । ଏହି ଦୁଇ ସହରରେ ବର୍ତ୍ତମାନ କଟକଣା କୋହଳ କଲେ ପ୍ରତିକୂଳ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଥିବାରୁ ସରକାର ଉପରୋକ୍ତ ପଦକ୍ଷେପ ନେଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

Read More...

ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ   ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ   ରାଜ୍ୟରେ କୋହଳ

ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ ରାଜ୍ୟରେ କୋହଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page