ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

April 19, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ
Anupambharat News Bureau
April 19, 2020

ଛତ୍ରପୁର, ୧୯ା୪ (ଅନୁପମ ମିଡ଼ିଆ): କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାରେ ଜାରି କେତେକ କଟକଣାକୁ ସୋମବାରଠାରୁ କୋହଳ ନେଇ ଘୋଷଣା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ରବିବାର ଏକ ଭିଡ଼ିଓ ବାର୍ତ୍ତାରେ ଜଣାଇଛନ୍ତି । ଜିଲ୍ଲାରେ ଜୀବନଯାତ୍ରା ସ୍ୱାଭାବିକ ପାଇଁ କରୋନା କଟକଣାକୁ କୋହଳ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆସନ୍ତାକାଲିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ସକାଳ ୭ଘଣ୍ଟା ଠାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାର୍ଯ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ । କି;ୁ ବ୍ୟବସାୟୀଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ ସେମାନେ ବ୍ୟବସାୟ କରିବେ । ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ କଟକଣାମୁକ୍ତ ।
ବିଭିନ୍ନ ଗ୍ୟାରେଜ୍‌, ପାର୍ଟସ୍‌ ଦୋକାନ ଓ ଗାଡି ସୋରୁମ୍‌ ଖୋଲା ରହିବ । ଗାଁ ଗହଳିରୁ ଅବରୋଧ ହଟାଯିବ । ପ୍ରାଥମିକ ସେବା ସମବାୟ ସମିତି ଖୋଲା ରହିବ । ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ । ନରେଗା କାର୍ଯ୍ୟ ଚାଲୁ ରହିବ । ବିଡିଓ ମାନେ ମାସ୍କ କ୍ରୟ କରି ନରେଗା ଶ୍ରମିକ ମାନଙ୍କୁ ଦେବେ । ଅଟୋ, ଟ୍ୟାକ୍ସି, ଯାତ୍ରୀବାହୀ ବସ୍‌ ଚଳାଚଳ କରିବ ନାହିଁ । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ କର୍ମଚାରୀ ଯଥାରୀତି ଉପସ୍ଥିତ ରହିବେ । ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ସମ୍ପୃକ୍ତ କର୍ମଚାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ । ସରକରୀ କର୍ମଚାରୀମାନେ ବ୍ୟକ୍ତିଗତ ଯାନରେ ଯା ଆସ କରିବେ । ମଟରସାଇକେଲ କଟକଣା ଯଥାରୀତି ବଳବତ୍ତର ରହିବ । ଦୁଇ ଚକିଆ ଯାନରେ କେବଳ ଚାଳକ ହିଁ ଯାତାୟତ କରିବ ।
ବିନା କାରଣରେ ଦୁଇଚକିଆ ଯାନରେ ବୁଲିଲେ ଜୋରିମାନା ଆଦାୟ ହେବ । ସରକାରୀ କାର୍ଯ୍ୟାଳୟରେ ଲିଫଫ ବନ୍ଦ ରହିବ । ସିଡି ରେଲିଂ ନ ଧରିବା ପାଇଁ କର୍ମଚାରୀଙ୍କୁ କୁହାଯାଇଛି । କୌଣସି ସରକାରୀ କର୍ମଚାରୀ ସର୍ବସାଧାରଣ ପରିବହନ ଯାନ ବ୍ୟବହାର କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଲବାହୀ ଯାନରେ ଲୋକମାନେ ଯାତାୟତ କରିପାରିବେ ନାହିଁ । ଚା ଦୋକାନ, ପାନ ଦୋକାନ, ଗୁଟଖା ଦୋକାନ, ଗୁପଚୁପ୍‌ ଦୋକାନ, ଠେଲାଗାଡି ଜଳଖିଆ ବନ୍ଦ ରହିବ । କାର୍ଯ୍ୟାଳୟରେ କର୍ମଚାରୀମାନେ ପାନ ଗୁଟଖା ଖାଇଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ । ହୋଟେଲ ଗୁଡିକରେ ଟେବୁଲରେ ବସି ଖାଇବା ମନା । କେବଳ ଖାଦ୍ୟ କ୍ରୟ କରି ନିଆଯାଇପାରିବ । ରାସ୍ତା କଡରେ ପ୍ରଶାସନିକ ଅନୁମତି ନେଇ ସୀମିତ ସଂଖ୍ୟକ ଢାବା ଖୋଲା ରହିବ । ସେଠାରୁ କେବଳ ଖାଦ୍ୟ କ୍ରୟ କରି ନିଆଯାଇ ପାରିବ । ଉକ୍ତ ସ୍ଥାନରେ ଖାଇବା ନିଷେଧ କରାଯାଇଛି । ସପିଙ୍ଗ ମଲ୍‌, ଗହଣା ଦୋକାନ, ସିନେମା ହଲ୍‌ ପ୍ରଭୃତି ବନ୍ଦ ରହିବ । ସାପ୍ତାହିକ ହାଟ ହୋଇପାରିବ ନାହିଁ । ଭୋଜିଭାତ, ସାମାଜିକ ପର୍ବ, ମନ୍ଦିର,ମସଜିଦ୍‌, ଗୀର୍ଜା ଘର ଗୁଡିକରେ ଜନସମାଗମ ବନ୍ଦ । ମୃତକ କାର୍ଯ୍ୟରେ କୋଡିଏ ଜଣ ଏବଂ ବିବାହ କାର୍ଯ୍ୟରେ ଦଶଜଣ ବ୍ୟକ୍ତି ସମାଗମ ହୋଇପାରିବେ । ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ରହିବ । ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା ଯଥାରୀତି କାର୍ଯ୍ୟ କରିବ । ଜିଲ୍ଲାକୁ ଶ୍ରମିକ ଆସିବାପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ହେବ । ଶ୍ରମିକ ମାନେ କର୍ମସ୍ଥଳରେ ହିଁ ରହିବେ । ସାମାଜିକ ଦୂରତା ଅଧିକ କଡାକଡି କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦୋକାନୀ ପାଣି, ସାବୁନ୍‌ ଓ ସାନିଟାଇଜର୍‌ ଓ ଗ୍ରାହକଙ୍କୁ ବିକ୍ରୟ ପାଇଁ ମାସ୍କ ରଖିବେ । ଦୋକାନ ସମ୍ମୁଖରେ ଛ’ ଫୁଟ ଲେଖାଏଁ ଦୂରତ୍ୱରେ ଗ୍ରାହକଙ୍କ ପାଇଁ ସ୍ଥାନ ଚିହ୍ନଟ କରିବେ । ଦୋକାନରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ଯେଉଁ ଦୋକାନରେ ଗହଳି ଦେଖିବାକୁ ମିଳିବ ପ୍ରଶାସନ ତାହାକୁ ଅବିଳମ୍ବେ ସିଲ୍‌ କରିବ । ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଜିଲ୍ଲାର ସମସ୍ତ ଜନସାଧାରଣ ଶୃଙ୍ଖଳିତ ଭାବରେ ସବୁ ନିୟମ ମାନି ଚଳିଲେ ପରବର୍ତ୍ତୀ ପର୍ଯ୍ୟାୟରେ କଟକଣାକୁ ଅଧିକ କୋହଳ କରାଯିବା ସହିତ ଯେଉଁ ଠାରେ ବିଶୃଙ୍ଖଳା ଦେଖାଯିବ ସେଠାରୁ ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ପ୍ରଶାସନ ରାଜ୍ୟରେ ପ୍ରଥମେ ୧୪୪ ଧାରା ଲାଗୁ କରିଥିଲା । ଏହା ପରବର୍ତ୍ତୀ ମଧ୍ୟାହ୍ନ ୧୨ରୁ ତା’ ପର ଦିନ ସକାଳ ୭ଟା ଯାଏଁ ସଟ୍‌ଡ଼ାଉନ୍‌ ଭଳି ପଦକ୍ଷେପ ନେଇଥିଲା । ସେହିଭଳି ଘରୁ ବାହାରିଲେ ମାସ୍କ୍‌ ପିନ୍ଧିବା ଏବଂ ସର୍ବସାଧାରଣରେ ଛେପ ପକାଇଲେ ଜୋରିମାନା ଭଳି ବ୍ୟବସ୍ଥା ଲାଗୁ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

Read More...

 ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page