ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୩,୭୭୫ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ବୋଲି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେହପରି ରାଜ୍ୟରେ ବର୍ତମାନ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୦ ରହିଛି । ୧୪୫ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତି । ଏହା ବ୍ୟତୀତ ଗତକାଲି ମଧ୍ୟାହ୍ନ ସୁଦ୍ଧା ଭୁବନେଶ୍ୱରରେ ୪୯୭୫ ରାପିଡ୍ ଟେଷ୍ଟ କରାଯାଇଛି ।