ଏଥର ୫୦୦ ଛୁଇଁବ ସ୍କୋର !: ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

May 17, 2019, କ୍ରୀଡ଼ା, , Anupambharat News Bureau


ଏଥର ୫୦୦ ଛୁଇଁବ ସ୍କୋର !:  ସ୍କୋରକାର୍ଡ ଆକାର ବଦଳାଇଲା ଇସିବି
Anupambharat News Bureau
May 17, 2019

ଲଣ୍ଡନ,୧୬ ।୫: ସମ୍ପ୍ରତି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ରେ ମ୍ୟାଚ୍‌ଗୁଡିକ ହାଇସ୍କୋରିଂ ହୋଇଛି । ଏହି ସିରିଜ୍‌ର ଗତ ଦୁଇଟି ଦିନିକିଆରେ ଉଭୟ ଇନିଂସ୍‌ ସ୍କୋର ୭୦୦ ଟପିଛି । ମେ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ବି ଏଭଳି ବୃହତ୍‌ ସ୍କୋର ଆଶା କରାଯାଉଛି । ଏପରିକି ଦଳୀୟ ସ୍କୋର ୫୦୦ ଟପିବା ସମ୍ଭାବନାକୁ ବି ଏଡାଇ ଦେଇହେବନି । ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ୍‌ େୱଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପ୍ରଶଂସକଙ୍କ ପାଇଁ ଉଦ୍ଦିଷ୍ଟ ସ୍କୋରକାର୍ଡ ଆକାର ବଦଳାଇବାକୁ ନିଷ୍ପତ୍ତି ନେଇଛି । ଏହି ସ୍କୋରକାର୍ଡର ଆକାର ଏଭଳି କରାଯାଇଛି ଯଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ସ୍କୋର ହେଲେ ବି ଏଥିରେ ସହଜରେ ରହିପାରିବ ।
ଇଂଲଣ୍ଡର ଯେ କୌଣସି ଗ୍ରାଉଣ୍ଡରେ ଏକ ବିଶେଷତ୍ୱ ହେଲା ମ୍ୟାଚ୍‌ ଶେଷରେ ଦର୍ଶକ ଚାହିଁଲେ ଏକ ଛାପା ସ୍କୋରକାର୍ଡ କିଣିପାରିବେ । ଦର୍ଶକ ତଥା ପ୍ରଶଂସକମାନେ ଏହି ସ୍କୋରକାର୍ଡକୁ ଏକ ସ୍ମାରକୀ ଭାବେ ନେଇଥାନ୍ତି । ଏହି ସ୍କୋରକାର୍ଡରେ ସମ୍ପୃକ୍ତ ମ୍ୟାଚ୍‌ର ସ୍କୋର ଟିକିନିଖି ଭାବେ ଉଲ୍ଲେଖ ରହିଥାଏ । ତେବେ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ ଏହି ସ୍କୋରକାର୍ଡର ଆକାର ସାମାନ୍ୟ ବଦଳା ଯାଇଥିଲା । ଯଦ୍ୱାରା ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର ବି ରହିପାରିବ । ହେଲେ ନିକଟରେ ଏହି ସ୍କୋରକାର୍ଡ ଆକାରରେ ପୁଣି ପରିବର୍ତ୍ତନ କରାଯାଇଛି । ଏହାର କାରଣ ହେଲା ବିଶ୍ୱକପ୍‌ରେ ଟିମ୍‌ ସ୍କୋର ଯଦି ୫୦୦ ଟପେ ତେବେ ଏହି ସ୍କୋରକାର୍ଡରେ ତାହା ଯେଭଳି ରହିପାରିବ ।
ଏଥର ଆୟୋଜକ ଇଂଲଣ୍ଡକୁ ମୁଖ୍ୟ ଦାବିଦାର ଭାବେ ବିବେଚିତ କରାଯାଉଛି । ଇଂଲଣ୍ଡ ନିକଟରେ ସମ୍ପ୍ରତି ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନ୍‌ ଅପ୍‌ ରହିଛି । ଗତବର୍ଷ ବ୍ରିଷ୍ଟଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୪୮୧/୬ କରିଥିଲା, ଯାହା ଦିନିକିଆରେ ସର୍ବୋଚ୍ଚ ସ୍କୋର । ସମ୍ପ୍ରତି ପାକିସ୍ତାନ ବିପକ୍ଷ ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ମଧ୍ୟ ଇଂଲଣ୍ଡ ତାର ବ୍ୟାଟିଂ ପରାକ୍ରମ ଦେଖାଇଛି । ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍‌ ବିନିମୟରେ ୩୭୩ ରନ୍‌ କରିଥିଲା । ପୁଣି ତୃତୀୟ ଦିନିକିଆରେ ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୩୫୮ ରନ୍‌ର ବିଶାଳ ବିଜୟଲକ୍ଷ୍ୟକୁ ଅନାୟସେ ହାସଲ କରିଥିଲା । ଇଂଲଣ୍ଡ ମାତ୍ର ୪୫ ଓଭରରେ ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟ ହାସଲ କରିନେଇଥିଲା । ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ ପାଇଁ ଫ୍ଲାଟ୍‌ ପିଚ୍‌ ପ୍ରସ୍ତìତ କରାଯିବା ସମ୍ଭାବନା ରହିଥିବାବେଳେ ଦଳୀୟ ସ୍କୋର ୫୦୦ ଟପିଯାଇ ପାରେ ବୋଲି ବିଶେଷଜ୍ଞ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

Read More...

ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page