ଗଞ୍ଜାମ ଜିଲ୍ଲାରେ ବେକାବୁ

May 09, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାରେ ବେକାବୁ
Anupambharat News Bureau
May 09, 2020

ବ୍ରହ୍ମପୁର/ଛତ୍ରପୁର, ୯ା୫(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ବେକାବୁ ହେବାରେ ଲାଗିଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧିି ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିବାରେ ଲାଗିଛି । ଅନ୍ୟପକ୍ଷେ ସମସ୍ତ ଆକ୍ରାନ୍ତ ସୁରତ ଫେରାନ୍ତ ରହିଥିବାରୁ ଜିଲ୍ଲାବାସୀଙ୍କୁ ଏହା ବଡ଼ ଆଶ୍ୱସ୍ତି ଦେଇଛି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ନାହିଁ, ଜିଲ୍ଲାବାସୀ ଭୟଭୀତ ନହେବାକୁ ପୁଣି ଥରେ ଶନିବାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜଣାଇଛନ୍ତି । ଗତ ଦୁଇ ଦିନ ହେଲା କ୍ରମାଗତ ଭାବେ ରେକର୍ଡ଼ ପଜିଟିଭ ବାହାରିଥିବା ଜିଲ୍‌ଲାରେ ଆଜି ଦିନକ ମଧ୍ୟରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ୧୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଜଣେ ଏବଂ ସନ୍ଧ୍ୟାରେ ଆଉ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଏପରିକି ଗଞ୍ଜାମ ଜିଲ୍ଲା ରାଜ୍ୟର କରୋନା ଆକ୍ରାନ୍ତ ତାଲିକାରେ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ଶୀର୍ଷରେ ରହିଛି ।ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୫ ଜଣ ସମସ୍ତେ ସୁରତ ଫେରନ୍ତା ଏବଂ ସେମାନଙ୍କର ବୟସ ୧୬ରୁ ୪୯ ବର୍ଷ ମଧ୍ୟରେ ରହିଛି । ଏମାନେ ସମସ୍ତେ ପୁରୁଷ ବୋଲି ଜଣାପଡିଛି । ସେହିପରି ଆଜି ସକାଳେ ଓ ଅପରାହ୍ନରେ ଚିହ୍ନଟ ହୋଇଥିବା ୧୩ ଜଣ ସମସ୍ତେ ପୁରୁଷ ଏବଂ ସମସ୍ତ ଆକ୍ରାନ୍ତଙ୍କର ସୁରତ ଲିଙ୍କ୍‌ ଥିବା ଜଣାପଡିଛି । ସୁରତରୁ ଫେରିବା ପରେ ଏମାନଙ୍କୁ ବିଭିନ୍ନ କ ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ପରେ ସମସ୍ତ ଆକ୍ରାନ୍ତଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ଼୍‌-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ଆକ୍ରାନ୍ତ ସୁସ୍ଥ ହୋଇ ଫେରିନାହାଁନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଥିଲା । ତେବେ ଆଜି ଏହି ସଂଖ୍ୟା ୮୯ରେ ପହଞ୍ଚିଛି । ପ୍ରକାଶ ଥାଉକି ଗତ ରବିବାର ଜିଲ୍ଳାକୁ କରୋନା ଛୁଇଁଥିଲା, ମାତ୍ର ଛ’ ଦିନ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ୮୯ରେ ପହଞ୍ଚିବା ଜିଲ୍ଲାବାସୀଙ୍କ ମନରେ ଅଜଣା ଭୟ ସୃଷ୍ଟି କରିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ପାଞ୍ଚ ସୁସ୍ଥ ହେଲେ

ଆଉ ପାଞ୍ଚ ସୁସ୍ଥ ହେଲେ

Read More...

ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page