ଭୁବନେଶ୍ୱର, ୯ା୫(ଅନୁପମ ମିଡ଼ିଆ): ରାଜ୍ୟରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଗାମୀ ୨୦ ମଇରୁ ଆରମ୍ଭ ହେବ । ଆଗାମୀ ୧୯ ମଇରେ ଖାତା ଦେଖିବାକୁ ଶିକ୍ଷକ ମାନେ ଖାତା ଦେଖା କେନ୍ଦ୍ରରେ ପହଞ୍ଚିବେ । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରୀକ୍ଷା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସେ କହିଛନ୍ତି ଯେ ରାଜ୍ୟରେ ମୋଟ ୬୦ଟି ପରୀକ୍ଷା ଖାତା ଦେଖା କେନ୍ଦ୍ରରେ ଖାତା ଦେଖା ହେବ । କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା ଖାତା ଦେଖା ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।