ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

May 14, 2020, ଦେଶ, , Anupambharat News Bureau


ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ
Anupambharat News Bureau
May 14, 2020

ନୂଆଦିଲ୍ଲୀ,୧୪ା୫: ଭାରତବର୍ଷରେ କରୋନା ଭାଇରସ ମୁକାବିଲାର ଭୟାବହତା କ୍ରମେ ବ୍ୟାପିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ଉ‹ାନ ପତନ ମଧ୍ୟରେ ଗତି କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ମୃତକଙ୍କ ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି । ଫଳରେ ଆଜିର ଆକଳନ ଅନୁଯାୟୀ ସମଗ୍ର ଦେଶରେ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ୨୫୪୯ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡିଛି । ଦେଶରେ କୋଭିଡ଼-୧୯ ମହାମାରୀକୁ ମୁକାବିଲା କରିବା ପାଇଁ ସମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟତୀତ କୌଣସି ବିକଳ୍ପ ନଥିବା ଦେଖିବାକୁ ମିଳିଛି । ତେଣୁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ନୀତି ପରେ ପୁଣି କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ କଥା ଚିନ୍ତା କରିଛନ୍ତି । ଇତିମଧ୍ୟରେ କରୋନାର ଭୟଙ୍କର ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୦୩କୁ ପହଞ୍ଚିଛି । ଏବଂ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୫୪୯ ସଂଖ୍ୟାକୁ ପହଞ୍ଚିଛି । ଅନ୍ୟ ପକ୍ଷରେ ମାତ୍ର ୨୬,୨୩୫ ସଂଖ୍ୟକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ରିପୋର୍ଟରେ ଘୋଷଣା କରାଯାଇଛି । ଆଜିର ରିପୋର୍ଟ ଅନୁଯାୟୀ ପୁଣି କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ପୂର୍ବଭଳି ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୯୨୨କୁ ପହଞ୍ଚିଛି । ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ଆଜିସୁଦ୍ଧା ୯୭୫କୁ ପହଞ୍ଚିଛି । ଠିକ୍‌ ସେହିଭଳି ଗୁଜୁରାଟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୬୭ ହୋଇଥିବା ବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୬୬କୁ ପହଞ୍ଚିଛି । ଏହି କରୋନା ରୋଗର ବ୍ୟାପକତା ଯୋଗୁଁ ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୨୭କୁ ପହଞ୍ଚିଥିବା ବେଳେ ରାଜ୍ୟରେ ମୃତୁ୍ୟ ସଂଖ୍ୟା ୬୪କୁ ଛୁଇଁଛି । ମଧ୍ୟପ୍ରଦେଶରେ ଆଜିସୁଦ୍ଧା ୨୩୨ ଜଣ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୩କୁ ପହଞ୍ଚିଛି । ସୂଚନାଯେ, ସମଗ୍ର ଦେଶରେ ବର୍ତ୍ତମାନ ପ୍ରବାସୀଙ୍କ ଆତଯାତ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛଇ, କାରଣ ବହୁ ସଂଖ୍ୟାରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଉଥିବା ଯୋଗୁଁ ଏହାର ସଂକ୍ରମଣ ଉପରେ ଭୟଙ୍କର ପ୍ରଭାବ ପଡିବ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସୂଚନା ଯେ, ରାଷ୍ଟ୍ରୀୟ ରାଜଧାନୀ ନଗରି ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ପାଖାପାଖି ପହଞ୍ଚିଛି । ମୃତକଙ୍କ ସଂଖ୍ୟା ୧୦୬କୁ ପହଞ୍ଚିଛି । ହଠାତ୍‌ ବହୁ ସଂଖ୍ୟାରେ ଓଡ଼ିଶାକୁ ପ୍ରବାସୀଙ୍କ ସ୍ରୋତ ବହିବା ଯୋଗୁଁ ରାଜ୍ୟରେ ଯଦିଓ ମାତ୍ର ୩ଜଣ ପ୍ରାଣ ହରାଇଛନ୍ତି, ତେବେ ଅଚାନକ ଅକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପି ଯାଇଛି । ଚଳିତ ମାସ ୧୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଅବଧି ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଅବଶ୍ୟ ଏହି ସମୟରେ କେତେକ କୋହଳ ନୀତି ଅବଲମ୍ବନ କରାଯାଇଛି । ତେଣୁ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ କେତେକ କୋହଳ ନୀତି ଜନିତ ତାଲା ବନ୍ଦ ଲାଗୁ ହେବ ବୋଲି ସାଧାରଣରେ ଆଶା ପ୍ରକାଶ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ

ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ

Read More...

୧୬ରେ ଅବପାତର ରୂପ ନେବ

୧୬ରେ ଅବପାତର ରୂପ ନେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page