ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ

May 18, 2020, ଓଡ଼ିଶା, , Anupambharat News Bureau


ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ
Anupambharat News Bureau
May 18, 2020

ଭୁବନେଶ୍ୱର, ୧୮ା୫ (ଅନୁପମ ମିଡ଼ିଆ): ସୋମବାରଠାରୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗତ ପର୍ଯ୍ୟାୟ ଅପେକ୍ଷା ଏଥର ଲକ୍‌ ଡାଉନ୍‌ ଗାଇଡ୍‌ ଲାଇନ୍‌ରେ କିଛି କଟକଣା କୋହଳ କରାଯାଇଛି । କି;ୁ କଣ୍ଟେନମେଣ୍ଟ ଜୋନ୍‌ରେ ମସସ୍ତ କଟକଣା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସ୍ଥାନୀୟ ଅଧିକାରୀ ରେଡ, ଅରେଞ୍ଜ, ଗ୍ରୀନ ଜୋନ ଚିହ୍ନଟ କରିବେ । ଜିଲ୍ଲାପାଳ, ମୁ୍ୟନିସିପାଲ କମିଶନର ଜୋନ ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ଜାରି ରହିବ । କ ୍ୱାରେଣ୍ଟାଇନ ସେଣ୍ଟର ଗୁଡ଼ିକରେ କଣ୍ଟେନମେଣ୍ଟ ଜୋନ ଭଳି କଟକଣା ରହିବ ।
ସେହିପରି କୋଭିଡ଼ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ମଧ୍ୟ ପୂରା କଟକଣା ରହିବ । ଭୂତାଣୁରୁ ବଞ୍ଚିବା ପାଇଁ ଆଗକୁ ମାସ୍କ ପିନ୍ଧିବା ନିହାତି ଜରୁରୀ । ବାହାରେ ଛେପ ପକାଇଲେ ଜୋରିମାନା ଆଦାୟ କରାଯିବ । ସାମାଜିକ ଦୂରତ୍ୱ ଭାବେ ୨ ମିଟର ଦୂରତା ବଜାୟ ରଖିବା ସମସ୍ତଙ୍କ ପାଇଁ ଜରୁରୀ । ରାଜ୍ୟରେ ଅଧିକ ଟେଷ୍ଟ କରାଯାଉଥିବାରୁ ଆମେ ନିରାପଦରେ ଅଛୁ ବୋଲି ସେ କହିଛନ୍ତି । ଲକ୍‌ ଡାଉନ୍‌ ସମୟରେ ସମସ୍ତ ପ୍ରକାର ବିମାନ ସେବା ବନ୍ଦ ରହିବ । କେବଳ ଏୟାର ଆମ୍ବୁଲାନ୍ସ ଚାଲିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ସେହିପରି ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିବ କି;ୁ ହୋମ ଡେଲିଭରି ଚାଲିବ । ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଖୋଲିବ , ଖେଳାଳିମାନେ ଯାଇପାରିବେ । ମାତ୍ର ଦର୍ଶକଙ୍କ ପାଇଁ ଏଠାକୁ ଯିବାମନା । ଏହା ବ୍ୟତୀତ ସିନେମା ହଲ୍‌ , ସପିଂ ମଲ୍‌ , ଥିଏଟର , ଅଡିଟୋରିୟମ୍‌ ଆଦି ବନ୍ଦ ରହିବ । ରାଜ୍ୟରେ ଟ୍ୟାକ୍ସି ଓ କ୍ୟାବ୍‌ ଚଳାଚଳ ସ୍ୱାଭାବିକ୍‌ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’

୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’

Read More...

ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ

ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page