ପଶ୍ଚିମବଙ୍ଗରେ ୭୨ ମୃତ

May 22, 2020, ଦେଶ, , Anupambharat News Bureau


ପଶ୍ଚିମବଙ୍ଗରେ ୭୨ ମୃତ
Anupambharat News Bureau
May 22, 2020

ନୂଆଦିଲ୍ଲୀ: ନିକଟରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନର ପ୍ରବଳ ତାଣ୍ଡବ ଯୋଗୁଁ ପଶ୍ଚିମବଙ୍ଗରେ ଅତିକମ୍‌ରେ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନାରୁ ଜଣାପଡିଛି । କେବଳ କଲିକତା ନଗରୀରେ ୧୫ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପ୍ରକଶ କରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ ଅମ୍ଫନ ଗତି କରିବା ସମୟରେ ପବନର ବେଗ ୧୫୫ରୁ ୧୮୫ ମଧ୍ୟରେ ଥିବା ଯୋଗୁଁ ବହୁ ବାସଗୃହ ଏବଂ ବିଦୁ୍ୟତ ଖୁଣ୍ଟ ନଷ୍ଟ ହୋଇଛି । ଏହା ବ୍ୟତୀତ ବହୁ ସଂଖ୍ୟକ ବୃହତକାୟ ଗଛ ମଧ୍ୟ ଉପୁଡ଼ି ପଡିଛି । ତେଣୁ ରାଜ୍ୟରେ ପୁଣି ଥରେ ସମସ୍ତ ପୁର୍ନଗଠନ କରିବା ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟ ସରକାର ହଜାର କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି । ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାନାର୍ଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବା ପରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହୋଇନଥିଲେ ମଧ୍ୟ ତୁରନ୍ତ ଏହାର ଆକଳନ ହେବ ବୋଲି ମମତା ଅବଗତ କରିଛନ୍ତି । ଇତିମଧ୍ୟରେ ରାଜ୍ୟରେ ହଜାରରୁ ଉର୍ଦ୍ଧ୍ୱ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡିଛି । ସେ କହିଛନ୍ତି ଯେ, କରୋନା ଭୂତାଣୁ ମହାମାରୀ ରୋଗ ଠାରୁ ମଧ୍ୟ ଅମ୍ଫନର ପରିଣତି ଭୟଙ୍କର ହୋଇଛି । ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ରାଜ୍ୟର ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରନ୍ତୁ । ମୁଖ୍ୟତଃ ସେ ସୁନ୍ଦରବନ ଅଞ୍ଚଳକୁ ଗସ୍ତ କରନ୍ତୁ । ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ମମତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ରାଜ୍ୟରେ ଯେଉର୍ ୭୨ ଜଣ ଲୋକ ଏହି ପ୍ରଳୟଙ୍କରୀ ବାତ୍ୟାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରଙ୍କ ଉଦ୍ଦେଶ୍ୟରେ ଅନୁକମ୍ପାମୂଳକ କ୍ଷତିପୂରଣ ରାଶି ଆଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି । ପ୍ରାୟତଃ ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନେ ଗଛ ଉପୁଡ଼ି ପଡିବା କାରଣରୁ ପ୍ରାଣ ହରାଇଥିବା ସେ କହିଛନ୍ତି । ରାଜ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ମମତା କହିଛନ୍ତି । ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ୨୪ପ୍ରଗଣା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

Read More...

ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର

ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page