ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୬ ତାରିଖ, ମଙ୍ଗବାର ଦିନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ‘ଆମେ କରୋନା ସହ ୨୧ ଦିନର ସଂଗ୍ରାମ କରିବାକୁ ଯାଉଛନ୍ତି ।
ଆଜିକୁ ୬୦ ଦିନ ହୋଇସାରିଲାଣି କି;ୁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ କରୋନା ସଂକ୍ରମଣ ବଢିବା ସମୟରେ ଲକଡାଉନ କୋହଳ କରାଯାଉଛି । ଅର୍ଥାତ ଏହା ସ୍ପଷ୍ଟ ହୋଇଛି ଯେ ଲକଡାଉନ ନିୟମ ବିଫଳ ହୋଇଛି । ନରେନ୍ଦ୍ର ମୋଦିଙ୍କ ଯେଉଁ ଲକ୍ଷ୍ୟ ଥିଲା ତାହା ପୁରା ହେଲାନାହିଁ । ରାହୁଲ ଗାନ୍ଧୀ ଆଦର ସହ ମୋଦିଙ୍କ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ଲାନ - ବି କଣ ରହିଛି ? ଶାସନ ଚାଲିଛି ସେଠାରେ ଦଳ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଉଛି କି;ୁ କେନ୍ଦ୍ରରୁ ତାଙ୍କୁ କିଛି ସାହାଯ୍ୟ ମିଳିନାହିଁ ।
ରାହୁଲ କହିଛନ୍ତି, କଂଗ୍ରେସ ପାଖରେ ପ୍ରବାସୀଙ୍କୁ ସାହାଯ୍ୟ କରିବା, ରାଜ୍ୟରେ ଯାଞ୍ଚ ବଢାଇବା ରଣନୀତି ଆବଶ୍ୟକ ରହିଛି କି;ୁ କେନ୍ଦ୍ରର ସାହାଯ୍ୟ ବିନା ଦଳ ଏକା ଏସବୁ କରିପାରିବ ନାହିଁ । ମହାମାରୀ ପୂର୍ବରୁ ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇପଚାର ଯାଇଥିବା ପ୍ରଶ୍ନର ଜବାବରେ ରାହୁଲ କହିଥିଲେ ଯେ, ‘ଆମକୁ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ମଧ୍ୟରେ ଏକ ରାସ୍ତା ବାହାର କରିବାକୁ ପଡିବ ।