ଆଜିଠୁ ଗଡ଼ିବ ଘରୋଇ ବସ୍‌

May 28, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ଗଡ଼ିବ ଘରୋଇ ବସ୍‌
Anupambharat News Bureau
May 28, 2020

ଭୁବନେଶ୍ୱର,୨୭ା୫(ଅନୁପମମିଡ଼ିଆ):ଗୁରୁବାର ଠାରୁ ରାଜ୍ୟରେ ବସ୍‌ ସେବା ଆରମ୍ଭ ହେବ । ବୁଧବାର ଅନୁଷ୍ଠିତ ଘରୋଇ ବସ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ ପାଇଁ ଆଉ ୧୦ ଦିନ ସମୟ ଲାଗିପାରେ । ସେହିପରି ବସ୍‌ ଚାଳକ , ହେଲପର ଓ କଣ୍ଡକଫରଙ୍କ ବୀମା କରାଯିବ ।
ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଯାତ୍ରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଭଡା ନିଆଯିବ ଏବଂ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଗୁରୁବାରଠାରୁ ରାଜ୍ୟରେ ବସ ଚଳାଚଳ ହେବ । ରାଜ୍ୟ ସରକାରଙ୍କ କୋଭିଡ୍‌୧୯ ଗାଇଡଲାଇନକୁ ଅନୁସରଣ କରାଯାଇ ବସ ଚାଲିବ । ଚଳାଚଳ ପୂର୍ବରୁ ସମସ୍ତ ବସ ସାନିଟାଇଜ୍‌ କରାଯିବ ଏବଂ ସବୁ ଯାତ୍ରୀ ମାସ୍କ ପିନ୍ଧି ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ଯଥାସମ୍ଭବ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ବସ ଚଳାଚଳ କରାଯିବ ବୋଲି ସେ କହିଛନ୍ତି ।
ବସ୍‌ ଭଡା ସମ୍ପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ରାଜ୍ୟ ବସ୍‌ ଭଡା ବଢିନାହିଁ । ଶେଷ ଥର ପାଇଁ ଗତ ମାର୍ଚ୍ଚ ୨୧ ତାରିଖରେ ବସ୍‌ ଭଡାରେ ସଂଶୋଧନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ସାଧାରଣ ବସ୍‌ ଭଡା କିମି ପ୍ରତି ୬୭ ପଇସା ରହିଥିବା ବେଳେ ଏକ୍ସପ୍ରେସ୍‌ ବସ୍‌ ଭଡା ୭୦ ପଇସା ରହିଛି । ସେହିପରି ଡିଲକ୍ସ ବସ୍‌ ଭଡା କିମି ପ୍ରତି ୯୫ ପଇସା ରହିଥିବା ବେଳେ ଏସି ଡିଲକ୍ସ ବସ୍‌ ଭଡା ୧ଟଙ୍କା ୧୭ ପଇସା ରହିଛି । ପ୍ରକାଶ ଥାଉକି ଦୁଇ ଦିନ ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ ଯେ, ରାଜ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହେବ । ତେବେ ସରକାର ଏନେଇ କୌଣସି ଆଲୋଚନା କରିନଥିବାରୁ ଘରୋଇ ମାଲିକ ସଂଘ ଗାଡ଼ି ଚଳାଇବାକୁ ଅରାଜି ହୋଇଥିଲା । ଗତକାଲି ଏନେଇ ବୈଠକ ପରେ ଗାଡ଼ି ଚଲାଇବାକୁ ସଂଘ ସହମତି ପ୍ରକାଶ କରିଥିଲା ।
ଫଳସୂରପ ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହେବ । ଗତ ମାର୍ଚ୍ଚ ୨୨ରେ ଜତତା କର୍ଫୁ୍ୟ ପରବର୍ତ୍ତୀ ଦେଶ ବ୍ୟାପି ଲକ୍‌ଡାଉନ ପରେ ରାଜ୍ୟରେ ବସ୍‌ ସେବା ବନ୍ଦ ରହିଥିଲା । ଗ୍ରୀନ ଜୋନରେ ବସ୍‌ ସେବା ନେଇ ସରକାର ଅନୁମତି ପ୍ରକାଶ କରିଥିଲେ ସୁଦ୍ଧା ଏହା ସମ୍ବବ ହୋଇ ପାରିନଥିଲା । ତେବେ ଦୀର୍ଘ ଦୁଇ ମାସ ପରେ ଆସନ୍ତାକାଲିଠାରୁ ରାଜ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି । ଘରୋଇ ବସ୍‌ ଗଡିବା ଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

Read More...

ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ

ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page