ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

June 03, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ
Anupambharat News Bureau
June 03, 2020

କେନ୍ଦୁଝର, ୩ା୬: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ଦେଇ ଆଜକୁ ୨/୩ ମାସ ବିତି ଯାଇଥିଲେ ମଧ୍ୟ କେତେକ ଚାଷୀ ଧାନ ପାଇନଥିବା ଅଭିଯୋଗ କରିଛନ୍ତି । ବୁଧବାର ଦିନ ଏସଂପର୍କରେ କେତେକ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ କରି ଚାଷୀମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଚାଷୀମାନେ କରିଥିବା ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲାର ଉଖୁଣ୍ଡା,ଭଣ୍ଡା,ସାହାପଡା ପ୍ରଭୃତି ଲ୍ୟାମ୍ପ୍ସରେ ଶତାଧିକ ଚାଷୀ ଗତ ମାର୍ଚ୍ଚ ମାସ ଲକ୍‌ଡାଉନ୍‌ ପୂର୍ବରୁ ଧାନମଣ୍ଡିରେ ଧାନ ଦେଇଛନ୍ତି । ଆଜକୁ ୨/୩ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ପ୍ରାପ୍ୟ ମିଳିିନାହିଁ । ତେଣୁ ଆଗାମୀ ଖରିଫ ଫସଲ ଆରମ୍ଭ ହେବାକୁ ଥିବାବେଳେ ଚାଷୀମାନେ ଋଣ ସୁଝିବାରେ ଅସୁବିଧାର ସମ୍ମୁଖୀନ ହେବା ସହ ପରବର୍ତ୍ତୀ ଚାଷ କାମ ଆଗେଇ ନେବାରେ ସମସ୍ୟା ଭୋଗୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ କେତେକ ଚାଷୀଙ୍କର ଧାନ ବିକ୍ରୟ ପରେ ଟୋକନ ସ୍କାନ ନହେବା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ସେମାନେ ପ୍ରକାଶ କରିଛନ୍ତି । ତେବେ ଚାଷୀଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ ନକଲେ ଆଗାମୀ ଖରିଫ ଚାଷରୁ ସେମାନେ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ପରିବାର ଭରଣପୋଷଣ ଏବଂ ଋଣ ପରିଶୋଧରେ ବାଧକ ସୃଷ୍ଟି ହେବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

Read More...

କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page