ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

June 04, 2020, ଦେଶ, , Anupambharat News Bureau


ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ
Anupambharat News Bureau
June 04, 2020

ନୂଆଦିଲ୍ଲୀ :ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଏକ ବଡ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଏବେ ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିପାରିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି । ଏସ ଜୟଶଙ୍କର କହିଛନ୍ତି ଯେ, ଏବେ ଉଭୟ ଦେଶ ଭାରତ ଓ ପ୍ରଶାନ୍ତ ମାହାସାଗର ଅଞ୍ଚଳରେ ଦୁଇଦେଶ ପରସ୍ପରକୁ ସାମରିକ ସହଯୋଗ କରିବେ ।
ଏହି ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ ଦସ୍ତଖତ କରିଛନ୍ତି । ମୋଦୀ ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାରିସନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଶିଖର ସମ୍ମିଳନୀରେ ଚର୍ଚ୍ଚା କରିଥିଲେ । ଏଥିରେ ଉଭୟ ନେତା ସ୍ୱାସ୍ଥ୍ୟ ସେବା, ବ୍ୟବସାୟ ଭଳି ଦ୍ୱିପାକ୍ଷିକ ସମ୍ଭନ୍ଧ ବାବଦରେ ସୂଚନା ଦେଇଥିଲେ ।
ମୋଦୀ କହିଥିଲେ ଯେ, ଏହା ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ କରିବା ସମୟ । ଏହାକୁ ଆହୁରି ମଜବୁତ କରିବା ପାଇଁ ଅନେକ ସମ୍ଭାବନା ରହିଛି । ଭାରତ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ବ୍ୟାପକ ଓ ଅଧିକ ମଜବୁତ କରିବା ପାଇଁ ପ୍ରତିବଦ୍ଧ ଅଟେ । ଏହା କେବଳ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଭାରତ ମହାସାଗର ସହ ବିଶ୍ୱ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ । ସୂଚନାଯୋଗ୍ୟ, ୨୦୧୭ରେ ବିଦେଶ ନୀତି ଉପରେ ଆଧାରିତ ଏକ ଶେ୍ୱତପତ୍ରରେ ଅଷ୍ଟ୍ରେଲିଆ ଭାରତକୁ ଭାରତ ମହାସାଗରରେ ଥିବା ଦେଶରେ ମହତ୍ୱପୂର୍ଣ୍ଣ ନୌସେନା ଶକ୍ତି ଏବଂ ଅଷ୍ଟ୍ରେଲିଆର ପ୍ରଥମ ସହଯୋଗୀ ଭାବେ ମାନ୍ୟତା ଦେଇଥିଲା ।
ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ଆମେରିକାର ସମର୍ଥନରେ ଚୀନ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଏପର୍ଯ୍ୟନ୍ତ ଲୁଚି ଛପି ସୀମାକୁ ପଶି ଆସୁଥିବା ଚୀନ୍‌ ଏବେ ଭାରତକୁ ସିଧା ଧମକ୍‌ ଦେବା ଆରମ୍ଭ କରିଛି । ଲଦ୍ଦାଖ ଡୋକଲାମ ନୁହେଁ ଓ ଚୀନ୍‌ ସେନା ପାହାଡରୁ ଭାରତ ସହ ଯୁଦ୍ଧ ଲାଗି ପ୍ରସ୍ତୁତ ନେଇ ଚୀନ ସରକାରୀ ସମ୍ବାଦପତ୍ର କୁହାଯାଉଥିବା ‘ଗ୍ଲୋବାଲ ଟାଇମ୍ସ’ ସୂତ୍ରରୁ ଜଣାପଡିଛି । ଏଥିରେ ଚୀନର ବାହାଦୁରି ବଖାଣିବାକୁ ଯାଇ ଡୋକଲାମ ପରଠାରୁ ପିଏଲଏ ସେନାରେ ଟ୍ୟାଙ୍କଠୁ ଆରମ୍ଭ କରି ଅତ୍ୟାଧୁନିକ ଡ୍ରୋନ ସାମିଲ କରିଛି ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରତିରକ୍ଷା ବିଶ୍ଲେଷଙ୍କ ସୂତ୍ରକୁ ଉଦ୍ଧାର କରି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯେ ନୂଆ ଅସ୍ତ୍ରଶସ୍ତ୍ରରେ ସେନା ଟାଇପ୍‌-୧୫ ଟ୍ୟାଙ୍କ, ଜେଡ-୨୦ ହେଲିକପଫର, ଜିଜେ-୨ଡ୍ରୋନ ଆଦି ସାମିଲ କରାଯାଇଛି ।
ଏଣୁ ପର୍ବତ୍ୟାଞ୍ଚଳରେ ଶତ୍ରୁର ମୁକାବିଲା ଲାଗି ଚୀନ ସେନା ଏବେ ସକ୍ଷମ ବୋଲି ଏଥିରେ କୁହାଯାଇଛି । ଟାଇପ୍‌-୧୫ ଟ୍ୟାଙ୍କ ଗତବର୍ଷ ସେନାରେ ସାମିଲ ହୋଇଛି । ଚି³ତ୍‌ ପାହାଡ ମାନଙ୍କରେ ଏହି ହାଲୁକା ଟ୍ୟାଙ୍କ ବେଶ ସହଜରେ କାର୍ଯ୍ୟକରୁଛି ଯାହା ବଡ ଟ୍ୟାଙ୍କମାନଙ୍କ ଲାଗି କଷ୍ଟକର ବୋଲି ପ୍ରତିରକ୍ଷା ସମୀକ୍ଷକ କହିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁସାରେ ପିଏଲଏ ସେନାରେ ଅତ୍ୟାଧୁନିକ ପିସିଏଲ-୧୮୧ ତୋପ ମୁତୟନ କରିଛି । ୨୫ ଟନ ଓଜନର ଏହି ତୋପକୁ ଯେ କୌଣସି ସ୍ଥାନକୁ ସୁବିଧାରେ ପରିବହନ କରି ହେଉଛି । ହାଲୁକା ହୋଇଥିବାରୁ ତୋପ ଦ୍ୱାରା ପାହାଡରେ ଘାତକ ଆକ୍ରମଣ ମଧ୍ୟ କରାଯାଇପାରେ । ଏହି ତୋପ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଓ ଅର୍ଦ୍ଧସ୍‌ୱୟଂଚାଳିତ ବୋଲି ଜଣାପଡିଛି । ଏହା ଛଡା ତି³ତର ଭାରତ ସୀମାରେ ଚୀନ୍‌ ମଲଫିପୁଲ୍‌ ରକେଟ୍‌ ଲଞ୍ଚର ସିଷ୍ଟମ ମଧ୍ୟ ମୁତୟନ କରିଥିବା ପ୍ରତିରକ୍ଷା ସମୀକ୍ଷକ କହିଛନ୍ତି ।
ଏହି ରକେଟ ଲଞ୍ଚରରୁ ୩୭୦ ଏମ୍‌ଏମ୍‌ ରକେଟ ନିକ୍ଷେପ କରାଯାଇପାରେ । ଏହା ଛଡା ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ତୀ³ତ୍ରେ ଚୀନ ଜେଡ୍‌-୨୦ ମାଲବାହକ ହେଲିକପଫର ମଧ୍ୟ ମୁତୟନ କରିଛି । ଯେକୌଣସି ପାଗ ଓ ପରିସ୍ଥିତିରେ ଏହି ହେଲିକପଫର ସୈନ୍ୟ ଓ ସୈନ୍ୟ ସରଞ୍ଜାମକୁ ଯେ କୌଣସି ସ୍ଥାନକୁ ପରିବହନ କରିପାରେ । ଚୀନ ସମ୍ବାଦପତ୍ର ଅନୁସାରେ ଏହି ସବୁ ଅସ୍ତ୍ରଶସ୍ତ୍ର ବଳରେ ଅତ୍ୟୁଚ୍ଚ ଅଞ୍ଚଳରେ ଯେକୌଣସି ପ୍ରକାର ଆକ୍ରମଣର ମୁକାବିଲା ଲାଗି ଚୀନ ସେନା ପ୍ରସ୍ତୁତ ବୋଲି କୁହାଯାଇଛି ।
ସୂଚନା ଯୋଗ୍ୟଯେ ଗତ ମାର୍ଚ୍ଚମାସରେ କିଛି ସୈନ୍ୟ କରୋନା ସଂକ୍ରମିତ ହେବା ଯୋଗୁ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଭାରତର ସମରାଭ୍ୟାସ ସ୍ଥଗିତ ରହିଥିଲା । ତେବେ ସୀମାରେ ସୈନିକଙ୍କ ଅନୁପସ୍ଥିତିର ଫାଇଦା ନେଇ ଚୀନ ସେନା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ସେନାର ପାଟ୍ରୋଲିଂ ଅଞ୍ଚଳରେ ନିଜର ପୋଜିସନ ମଜଭୁତ କରିଦେଇଛି । ଫାଟ୍ରୋଲିଂ ଅଞ୍ଚଳରେ ଚୀନର ସେନାକୁ ନେଇ ଏବେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମ ପର୍ଯ୍ୟାୟରେ ପହଞ୍ଚିଛି ।
ଏଥିରେ ଆକ୍ରମଣ ଲାଗି ଭାରତକୁ ଧମକ୍‌ ଦେଉଛି ଚୀନ୍‌ । ହେଲେ ଭାରତୀୟ ସେନା ବି ଛାଡିବାର ନୁହେଁଛ ଭାରତ ପକ୍ଷରୁ ଲଦ୍ଦାଖ ସୀମାରେ ସୈନ୍ୟ ଠୁଳ କରାଯିବା ସହ ଚୀନ୍‌କୁ ଏଲଏସି ସେପାଖକୁ ତଡିବାକୁ ସାମର୍ଥ୍ୟ ବୃଦ୍ଧି କରାଯାଉଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଏବେ ଆଲୋଚନା ଜାରି ଥିବା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

Read More...

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page