ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

May 17, 2019, ଓଡ଼ିଶା, , Anupambharat News Bureau


ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ
Anupambharat News Bureau
May 17, 2019

ହିଞ୍ଜିଳିକାଟୁ, ୧୭ା୫(ଅନୁପମ ମିଡ଼ିଆ): ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ ପାଟଣା ସାହି ପକ୍ଷରୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ଯାତ୍ରା ସକାଶେ ସୁ ଊଚ୍ଚ ତୋରଣ, ରଙ୍ଗ ବେରଙ୍ଗ ବାନା ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । ଶୁକ୍ରବାର ପା୍ରତଃହରୁ ମାନସିକଧାରୀ ବ୍ୟକ୍ତି ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ଖଟବିଦ୍ରା, ମେହେନ୍ତର,ପ୍ରମୁଖ ବେଶରେ ନିଜକୁ ସୁ ସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ । ଦିନ ତମାମ ଗ୍ରୀଷ୍ମର ପ୍ରକୋପ ଜାରୀ ରହିବା ସତେ୍ୱ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଭକ୍ତ, ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କେଉଟ ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା । ପୌର ପରିଷଦ ପକ୍ଷରୁ ସହରର ସ୍ୱଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଆକର୍ଷଣୀୟ କଳାକୁଞ୍ଜ ଦେଖିବା ସକାଶେ ପ୍ରବଳ ଜନସମାଗମ ଲାଗି ରହିଥିଲା । ଅସମ୍ଭବ ଭିଡ଼କୁ ଆଖି ଆଗରେ ରଖି ଶାନ୍ତ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଯାତ୍ରା ସକାଶେ ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଖେଳଣା, ବାରମଜା, ଘର ସାଜସଜ୍ଜା ଉପକରଣ ପ୍ରମୁଖ ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା । ବିଳମ୍ବିତ ରାତିରେ ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ନଗର ପରିକ୍ରମା କରାଯାଇଥିଲା । ଯାତ୍ରାର ମଧ୍ୟମ ଦିବସ ଶନିବାର ଦିନ ରଙ୍ଗଣିବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯିବା ସହ ରାତ୍ର ସମୟରେ ବାଣ ଯାତ୍ରା ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

Read More...

ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି,  କେହି ବି ପବିତ୍ର ନୁହନ୍ତି: କମଲ ହାସନ

ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି, କେହି ବି ପବିତ୍ର ନୁହନ୍ତି: କମଲ ହାସନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page