ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

June 09, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ
Anupambharat News Bureau
June 09, 2020

କେନ୍ଦୁଝର, ୯ା୬: କେନ୍ଦୁଝର ଜିଲ୍ଲା ପୋଲିସ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ନିନ୍ଦିତ ହୋଇ ଚାଲିଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଆଇନଜୀବିଙ୍କୁ ପୋଲିିସର ଆକ୍ରମଣକୁ ନେଇ ବହୁ ସଂଖ୍ୟାରେ ଆଇନଜୀବି ରାତି ୮ଟା ପର୍ଯ୍ୟନ୍ତ ଥାନା ଘେରାଉ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାପଡିଛି ଯେ, ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ ରତିରଞ୍ଜନ ବେହେରା ନାମକ ଜଣେ ଆଇନଜୀବି ଘରକୁ ଫେରୁଥିବାବେଳେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସବ୍ଇନ୍ସପେକ୍ଟର ଦୀନବନ୍ଧୁ ନାୟକ ଆଇନଜୀବି ରତିରଞ୍ଜନ ବେହେରାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବାବେଳେ ବହୁ ସଂଖ୍ୟାରେ ଆଇନଜୀବିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଉନ ଥାନାରେ ଏକତ୍ରିତ ହୋଇ ସଂପୃକ୍ତ ସବ୍ଇନ୍ସପେକ୍ଟର ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ଏତଲା ଗ୍ରହଣ କରିବାକୁ ଅଡି ବସିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

Read More...

ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page