ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

July 02, 2020, ଓଡ଼ିଶା, , Anupambharat News Bureau


ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’
Anupambharat News Bureau
July 02, 2020

ଭୁବନେଶ୍ୱର, ୨ା୭(ଅନୁପମ ମିଡିଆ): ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ପ୍ରସ୍ତୁତ କରାଯାଇଛି । ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଏଂଟ୍‌ ଲିଆବିଲିଟି ଗ୍ରୁପ୍‌ (ଜେ.ଏଲ୍‌.ଜି) ମାଧ୍ୟମରେ ଭୂମିହୀନ ଚାଷୀମାନଙ୍କୁ ଋଣ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ତରରେ ଇମେଜ ଏବଂ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ । ଗ୍ରାମାଂଚଳ ଏବଂ ଛୋଟ ଛୋଟ ସହର ଅଂଚଳ ମାନଙ୍କରେ ବିଭିନ୍ନ ବ୍ୟାଙ୍କ୍‌ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଥିବାର ଜଣାପଡିଛି । ପ୍ରତି ବ୍ୟାଙ୍କ୍‌ ବ୍ରାଂଚକୁ ଚଳିତ ବର୍ଷ ଅତି କମ୍‌ ରେ ୧୦ଟି ଜେ.ଏଲ୍‌.ଜି ଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍‌ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ । ଗୋଟିଏ ଗ୍ରୁପ୍‌ ରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ଗ୍ରୁପ୍‌ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍‌ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍‌ ମାନଙ୍କ ସହ ସଂଯୋଜିତ କରିବେ । ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହି କ୍ଷେତ୍ରସ୍ତରୀୟ କର୍ମଚାରୀ ମାନଙ୍କୁ ସଠିକ୍‌ ଭାବେ ତାଲିମ୍‌ ଓ ଅନୁପ୍ରେରଣା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଭୂମିହୀନ ଚାଷୀମାନଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ । ଏହାର ସୁଧ ହାର ଏବଂ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ । ନାବାର୍ଡର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ,ଚନ୍ଦ୍ର ଶେଖର କହିଛନ୍ତି ଯେ ‘ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ପ୍ରୟାସ । ଅନ୍ୟ କୌଣସି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

Read More...

 କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page