ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌

July 04, 2020, ଓଡ଼ିଶା, , Anupambharat News Bureau


ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌
Anupambharat News Bureau
July 04, 2020

କଟକ, ୪ା୭(ଅନୁପମ ମିଡ଼ିଆ): ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ର ଓ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କରୋନାର ସୁପର ସ୍ପ୍ରେଡର୍‌ ହେବାକୁ ଯାଉଥିବା ବେଳେ କଟକବାସୀଙ୍କ ପାଇଁ ଏହା ଆତଙ୍କର କାରଣ ପାଲଟିଛି । ଲଗାତର ତିନି ଦିନ ଧରି କଟକର ଏହି ଦୁଇ ପ୍ରମୁଖ ଡାକ୍ତରଖାନାରୁ ଆଶାତୀତ ଭାବେ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଶନିବାର ସକାଳେ ସିଏମସି ପକ୍ଷରୁ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବାର ଅଳ୍ପ କିଛି ସମୟ ପରେ ସମ୍ପୂର୍ଣ୍ଣ କଟକ ମହାନଗର ନିଗମ ଅଞ୍ଚଳକୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଶନିବାର ଓ ରବିବାର ନିୟମିତ ସଟଡାଉନ ରହିଥିବା ବେଳେ ଏହି ପ୍ରକ୍ରିୟା ଆସନ୍ତା ବୁଧବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ନିୟମିତ ଭାବେ ଖୋଲିବାକୁ ନିୟମ ରହିଥିବା ବେଳେ ତେଜରାତି, ପରିବା, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଭୋର ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟ‘ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇ ଅନୁମତି ଦିଆଯାଇଛି । ଜଳ ଯୋଗାଣ ଓ ବିଦୁ୍ୟତ୍‌ ଭଳି ଅତ୍ୟାବଶ୍ୟକ ସେବା ଜାରି ରହିବ । ସେହିଭଳି ରାଣୀହାଟ ମାଳିସାହିରେ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ସିଏମସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସାହିର ପଶ୍ଚିମରେ ଚମ୍ପାଦେଈ ମନ୍ଦିରଠାରୁ, ପୂର୍ବରେ ହନୁ ପାଲଙ୍କ ଗୃହ, ଉତ୍ତରରେ ଟୁଲା ମିଶ୍ରଙ୍କ ଘରଠାରୁ ଦକ୍ଷିଣରେ ହେମନ୍ତ ରାଉତଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ରହୁଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ଗୁଡିକୁ ବନ୍ଦ ରଖି ଜନସାଧାରଣ ଘରେ ରହିବାକୁ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ଓ ୩୧ ନମ୍ବର ୱାର୍ଡର ସାନିଟାରୀ ଇନ୍ସପେକଫର ବିଜୟ କୁମାର ପାତ୍ର, ଆସିଷ୍ଟାଣ୍ଟ ଏନଫୋର୍ସମେଣ୍ଟ ଅଫିସର ପ୍ରଦୀପ ସାହା, ଚିତ୍ତରଞ୍ଜନ ପରିଡା, ମଂଜୁଲତା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଜଳିତ ଦ୍ୱିବେଦୀ ଏବଂ ପିଏଚଏମ ବିପ୍ଳବ ସ୍ୱାଇଁଙ୍କୁ ଏହି ଅଞ୍ଚଳର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରୁ ୭୫ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ନର୍ସ ରହିଛନ୍ତି । ସେହିପରି ଏସସିବିରୁ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଆଚାର୍ଯ୍ୟ ହରିହରରୁ ୫ ଜଣ ଓ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମରୁ ଛ’ ଚିହ୍ନଟ ହୋଇଛନ୍ତି । ଏହାପରେ କଟକ ମହାନଗର ନିଗମ ପକ୍ଷରୁ ରାଣୀହାଟ, ମାଲଗୋଦାମ, ଛତ୍ରବଜାର, ସିଏମସି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନକୁ ସାନିଟାଇଜ୍‌ କରାଯାଇଛି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ମୋଟ ୧୧୬ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ୨ ଜଣଙ୍କର ମୃତୁ୍ୟ ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ନେଲା ଆଉ ପାଞ୍ଚ ମୁଣ୍ଡ

କରୋନା ନେଲା ଆଉ ପାଞ୍ଚ ମୁଣ୍ଡ

Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page